ଜୟପୁର (ଏଟିଆର ବ୍ୟୁରୋ); ଦିନିକିଆ ଓଡିଶା ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜିଠାରୁ ଓଡିଶାରେ ପ୍ରଚାର ଆରମ୍ଭ କରିବେ ଏବଂ ଦଳୀୟ କର୍ମୀଙ୍କୁ ଗୁରୁଜ୍ଞାନ ଦେବେ ମୋଦି । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଆଜିର କାର୍ଯ୍ୟକ୍ରମଟି ଜୟପୁରର ବାଙ୍କବିଜା ପଡିଆରେ ଅନୁଷ୍ଠିତ ହେଉଛି । ଏଠାରେ ହଜାର ହଜାର ଜନତାଙ୍କ ସମାଗମ ହେବ ବୋଲି ସୂଚନା ଦେଇଛି ବିଜେପି । ତେବେ ପ୍ରାର୍ଥୀ ଗୋଷଣା ହେବା ପରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଦଳର ବଳ ବୃଦ୍ଧି କରିବ ବୋଲି ଚର୍ଚ୍ଚା ହେଉଛି । ତେବେ ଆଜିର କାର୍ଯ୍ୟକ୍ରମରେ ମୋଦି କଣ କହିବେ ତାଉପରେ ସମସ୍ତ ନଜର ।
କେନ୍ଦ୍ରୀୟ ନେତାଙ୍କ ଜ୍ରରେ ରହିଛି ଓଡିଶା । ଏଣୁ ଜଣକ ପରେ ଜଣେ କେନ୍ଦ୍ରୀୟ ନେତା ଓଡିଶା ଗସ୍ତରେ ଆସୁଛନ୍ତି । ପୂର୍ବରୁ ମୋଦି ମଧ୍ୟ ବହୁବାର ଓଡିଶା ଆସି ସଭା କରିଛନ୍ତି । କଂଗ୍ରେସ ବିରୋଧରେ କଡା ଭାଷାରେ କହିଥିଲେ ମୋଦି । ଏଣୁ ଏଥରକ ମୋଦି କାହାକୁ ଟାର୍ଗେଟ କରିବେ ତାଉପରେ ସମସ୍ତଙ୍କ ନଜର । ଅମିତ ଶାହା ଓଡିଶାରେ ୧୨୦ ପ୍ଳସ ଗଣିତ ଦେଇଛନ୍ତି । ଏଣୁ ବିଜେପିର ବହୁ କେନ୍ଦ୍ରୀୟ ନେତା ଓଡିଶା ଆସି ଓଡିଶା ଭୋଟରଙ୍କ ମନ ମୋହିବା ପାଇଁ ଚେଷ୍ଟା କରୁଛନ୍ତି । ଆଜି ମୋଦି ୧୪ଟି ନିର୍ବାଚନ ମଣ୍ଡଳୀରେ ବୁଲି ନିର୍ବାଚନ ପ୍ରଚାର ଆରମ୍ଭ କରିବେ ବୋଲି ଶୁଣିବାକୁ ମିଳୁଛି । ବିଜେଡି ପ୍ରଥମରୁ ନବୀନ ନୟାଗଡରେ ପ୍ରଚାର ଆରମ୍ଭ କରିଥିବା ବେଳେ ମୋଦିଙ୍କ ପ୍ରଚାର ଓଡିଶା ରାଜନୀତି ଉପରେ ପ୍ରଭାବ ପକାଇପାରେ ଚର୍ଚ୍ଚା ହେଉଛି ।