ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଆଜି ପ୍ରଧାନମନ୍ତ୍ରୀ ଭାବେ ଦ୍ୱିତୀୟ ଥର ଭାବେ ନରେନ୍ଦ୍ର ମୋଦି ଶପଥ ଗ୍ରହଣ କରିବେ । ଏନେଇ ରାଷ୍ଟ୍ରପତି ଭବନରେ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ମନ୍ତ୍ରୀ ମଣ୍ଡଳ ଶପଥ ଗ୍ରହଣ ପାଇଁ ସମୟ ଯେତେ ପାଖେଇ ଆସୁଛି ଓଡିଶାରୁ କାହାକୁ ମନ୍ତ୍ରୀ ପାହ୍ୟା ମିଳିବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ୨୦୧୪ ଅପେକ୍ଷା ୨୦୧୯ ରେ ଓଡିଶାରେ ବିଜେପି ତାର ସ୍ଥିିତି ମଜବୁତ କରିଛି ।
୨୦୧୪ ରେ ଓଡିଶାରୁ ଜଣେ ମାତ୍ର ସାଂସଦ ଲୋକସଭାକୁ ଯାଇଥିବା ବେଳେ ଏଥର ବିଜେପିରୁ ୮ ଜଣ ସାଂସଦ ଲୋକସଭାକୁ ବିଜୟୀ ହୋଇଛନ୍ତି । ପୂର୍ବଥର ଜଣେ ସାଂସଦ ଯାଇଥିବା ବେଳେ ଓଡିଶାରୁ ୨ ଜଣଙ୍କୁ ମିଳିଥିଲା କେନ୍ଦ୍ରରେ ମନ୍ତ୍ରୀ ଦାୟିତ୍ୱ । ତେବେ ଏଥର କେତେଜଣ ଓଡିଶାର ସାଂସଦ କେନ୍ଦ୍ରରେ ମନ୍ତ୍ରୀ ହେବେ ତାକୁ ନେଇ ସାଧାରଣରେ ଆଲୋଚନା ଜୋର ଧରିଛି ।
ଯାହା ଆଶଙ୍କା କରାଯାଉଛି ଏଥର ମୋଦି ପୂର୍ବର ଦୁଇ ମନ୍ତ୍ରୀଙ୍କୁ ରିପିଟ କରିବା ସହିତ ଆଉ ଜଣେ ନବାଗତଙ୍କୁ ସୁଯୋଗ ଦେଇ ପାରନ୍ତି । ତେବେ ସେଇ ନୁଆ ମୁହଁ କିଏ ? ପ୍ରଶାସକରୁ ରାଜନୀତିକୁ ଆସିଥିବା ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ନାମରେ ଆଗରେ ରହିଥିବା ବେଳେ ବାଲେଶ୍ୱରରୁ ପ୍ରତାପ ଷଡଙ୍ଗୀ ଓ ବରଗଡର ସୁରେଶ ପୂଜାରିଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଛି । ତେବେ ମୋଦି କାହାକୁ ଭରଷା କରିବେ ତା ଉପରେ ରହିଛି ସମସ୍ତଙ୍କ ନଜର ।