ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଗାମୀ ପୌର ନିର୍ବାଚନ ପାଇଁ ବାଜି ସାରିଛି ବିଗୁଲ । ନିର୍ବାଚନ ପାଇଁ ଏବେ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟ ନିର୍ବାଚନ କମିଶନର ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।
ବିଜ୍ଞପ୍ତି ମୁତାବକ, ଆସନ୍ତା ମାର୍ଚ୍ଚ ୨ ତାରିଖରୁ ଆରମ୍ଭ ହେବ ନାମାଙ୍କନ ଦାଖଲ ପ୍ରକ୍ରିୟା । ଏହି ପ୍ରକ୍ରିୟା ଆସନ୍ତା ୭ ତାରିଖ ଯାଏଁ ଚାଲିବ । ମାର୍ଚ୍ଚ ୯ ରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ । ଏହାପରେ ମାର୍ଚ୍ଚ ୨୪ ରେ ଭୋଟ ଏବଂ ୨୬ ରେ ଭୋଟ ଗଣତି କରାଯିବ ।
ଏଥର ପୌରାଧ୍ୟକ୍ଷ, ମେୟର, ପୌର ପରିଷଦ, ବିଜ୍ଞାପିତ ଅଞ୍ଚଳ ପରିଷଦ, ମହାନଗର ନିଗମରେ କାଉନସିଲର ଓ କର୍ପୋରେଟର ପାଇଁ ନିର୍ବାଚନ ହେବ । ୫୯ ଟି ବିଜ୍ଞାପିତ ଅଞ୍ଚଳ ପରିଷଦ, ୪୮ଟି ପୌର ପରିଷଦ ଓ ୩ଟି ମହାନଗରରେ କରାଯିବ ନିର୍ବାଚନ ।