ଭୁବନେଶ୍ୱର (ଏଟିଆର ବ୍ୟୁରୋ); କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନା ଦେଶରେ ସଫଳ ହୋଇଥିବା ବେଳେ ଓଡିଶାରେ ଏହା ଲାଗୁ ହୋଇନାହିଁ । ଏହି ଯୋଜନା ଏବେ ଓଡିଶାରେ ଲାଗୁହେବ ବୋଲି ଚର୍ଚ୍ଚା ହେଉଛି । ଆୟୁଷ୍ମାନ ଯୋଜନାକୁ ନେଇ ମୁହଁ ଖୋଲିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ନବ କହିଛନ୍ତି କି ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ ଯୋଜନା ସବୁଠାରୁ ଭଲ ଯୋଜନା । ତେବେ ଆୟୁଷ୍ମାନ ଯୋଜନାକୁ ଅନୁଧ୍ୟାନ କରାଯିବ ଯଦି ଭଲ ହୁଏ ତେବେ ଆମେ ଚିନ୍ତା କରିବୁ ବୋଲି କହିଛନ୍ତି ନବ ।
ଦେଶର ୨୫ଟି ରାଜ୍ୟରେ କେନ୍ଦ୍ର ସରକାରଙ୍କ ଏହି ସ୍ୱାସ୍ଥ୍ୟ ଯୋଜନାରେ ଲୋକ ଉପକୃତ ହେଉଥିବା ବେଳେ ୫ଟି ରାଜ୍ୟରେ ଆୟୁଷ୍ମାନ ଯୋଜନା କାର୍ଯ୍ୟକାରୀ କରୁ ନାହାଁନ୍ତି । ତେବେ ସବୁ ରାଜ୍ୟରେ ଏହି ସ୍ୱାସ୍ଥ୍ୟ ଯୋଜନା କାର୍ଯ୍ୟ କରାଇବା ପାଇଁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଯାହାକୁ ନେଇ ଦୁଇଦିନ ତଳେ ଓଡିଶା ସଚ୍ଚିବାଳୟରେ ବସିଥିଲା ଉଚ୍ଚସ୍ତରିୟ ବୈଠକ ।
ରାଜ୍ୟ ସରକାରଙ୍କ ସହ ଆୟୁଷ୍ମାନ ଯୋଜନାର ସିଇଓ ଆଲୋଚନା କରିଥିଲେ । ସିଇଓ ଇନ୍ଦୁମତୀ କହିଥିଲେ କି ଓଡିଶା ସରକାରଙ୍କ ସହିତ ସକରାତ୍ମକ ଆଲୋଚନା ହୋଇଛି । ଏଣୁ ଓଡିଶାରେ ଏହି ଯୋଜନା କାର୍ଯ୍ୟକାରୀ ହେବ ବୋଲି ଅନୁମାନ କରାଯାଉଛି । ତେବେ ଆଜି ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସୂଚନାରୁ ମଧ୍ୟ ବାରି ହେଉଛି କି ଓଡିଶାରେ ଏହି ଯୋଜନା କାର୍ଯ୍ୟକାରୀ ହୋଇପାରେ ।