ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆଜି ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିର ଶପଥ ଗ୍ରହଣ ଉତ୍ସବ ପ୍ରଦର୍ଶନୀ ପଡିଆ ଠାରେ ଅନୁଷ୍ଠିତ ହୋଇଛି । ରାଜ୍ୟପାଳ ଗଣେଶୀ ଲାଲ ମୁଖ୍ୟମନ୍ତ୍ରୀଙ୍କ ସମେତ ୧୧ କ୍ୟାବିନେଟ ମନ୍ତ୍ରୀ ଓ ୯ ଜଣ ରାଷ୍ଟ୍ରମନ୍ତ୍ରୀଙ୍କୁ ଶପଥ ଗ୍ରହଣ କରାଇଛନ୍ତି । ତେବେ ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନବୀନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।ସୂଚନାଯୋଗ୍ୟ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣଙ୍କୁ ମୋଦିଙ୍କୁ ନିମନ୍ତ୍ରଣ କରିଥିଲେ । ଅବଶ୍ୟ କାର୍ଯ୍ୟକ୍ରମରେ ମୋଦି ଯୋଗ ଦେଇ ପାରି ନାହାନ୍ତି ।
ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ୨ୟ ପାଳିର ଶପଥ ଗ୍ରହଣ ଉତ୍ସବ ରହିଛି । ରାଷ୍ଟ୍ରପତି ଭବନରେ ସନ୍ଧ୍ୟା ୭ ଟାରେ ମୋଦିଙ୍କ ମନ୍ତ୍ରୀମଣ୍ଡଳ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ । ଏହି ଅବସରରେ ମୋଦି ନିଜ ମନ୍ତ୍ରୀମଣ୍ଡଳର ଶପଥ ଗ୍ରହଣ ଉତ୍ସବକୁ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରିଛନ୍ତି ।ନବୀନ ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବା ନେଇ ସମ୍ମତି ଜଣାଇ ଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । ତେବେ ନବୀନ ଯୋଗ ଦେବେ କି ନାଁ ତାହା ବିଧିବଧ ଭାବେ ଜଣାଇ ନାହାନ୍ତି ।
ଖାଲି ନବୀନ ପଟ୍ଟନାୟକ ନୁହଁନ୍ତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କଳୁ ମଧ୍ୟ ମୋଦି ନିମନ୍ତ୍ରଣ କରିଛନ୍ତି । ଖୋଦ ମମତା ଦିଦି ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବା ନେଇ ଜଣାଇଥିବା ସୂଚନା ରହିଛି । ଅପରପକ୍ଷେ ପଶ୍ଚିମବଙ୍ଗ ନିର୍ବାଚନ ବେଳେ ହିଂସାରେ ମୃତ୍ୟୁ ବରଣ କରିଥିବା ବିଜେପି କର୍ମୀଙ୍କ ପରିବାର ଲୋକଙ୍କୁ ମଧ୍ୟ ଶପଥ ଗ୍ରହଣ ଉତ୍ସବରେ ଅତିଥି ଭାବେ ମୋଦି ନିମନ୍ତ୍ରଣ କରିଛନ୍ତି ।