ଭୁବନେଶ୍ୱର (ଏଟିଆର ବ୍ୟୁରୋ): କରୋନା ସତ୍ତର୍କତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟବାସୀଙ୍କ ଉଦ୍ଦ୍ୟେଶରେ ଏକ ଭିଡିଓ ଜାରି କରିଛନ୍ତିି । ବାରମ୍ବାର ସରକାରଙ୍କ ପକ୍ଷରୁ ସତ୍ତର୍କତା କରାଯାଉଥିବା ସହ ରାଜ୍ୟକୁ ସମ୍ପୂର୍ଣ୍ଣ ଲକ୍ ଡାଉନ୍ ଘୋଷଣା କରାଯିବା ପରେ ବି ଲୋକେ ଏହାକୁ ମାନୁ ନାହାନ୍ତି । ଏହି ଲକ୍ ଡାଉନ୍ ପ୍ରକ୍ରିୟାକୁ ଉଲ୍ଲଂଘନ କରୁଛନ୍ତି । ସେଥିପାଇଁ ଆଜି ମୁଖ୍ୟମନ୍ତ୍ରୀ ଖୋନ୍ ଏକ ଭିଡିଓ ଜରିଆରେ ଲୋକଙ୍କୁ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେଇଛନ୍ତି । ଏହାସହ ସେ ଏଥିପାଇଁ ଏକ ମୋ ଜୀବନ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମ ଅନୁଯାୟୀ ପ୍ରତ୍ୟେକ ଲୋକ ଘରୁ ନବାହାରିବାକୁ ବ୍ୟକ୍ତିଗତ ସ୍ତରରେ ପ୍ରତ୍ୟେକ ଦିନ ଶପଥ ଗ୍ରହଣ କରିବେ ।
ମୁଖ୍ୟମନ୍ତ୍ରୀ କହିଛନ୍ତି କି ୨୦ ବର୍ଷର କାର୍ଯ୍ୟକାଳ ମଧ୍ୟରେ ଆପଣମାନେ ମୋ ଅନୁରୋଧ ରଖିଛନ୍ତି, କିନ୍ତୁ ଏବେ ମୁଁ ଆପଣଙ୍କୁ ଘରୁ ନବାହାରିବା ପାଇଁ ଶପଥ କରିବା ଲାଗି କହୁଛି । ଆମେ ସାମଧାନରେ ରହିଲେ କରୋନା ଆମ ଘରକୁ ପଶି ପାରିବ ନାହିଁ । ଯଦି ଜରୁରୀ କାମ ପାଇଁ ଘରୁ ବାହାରକୁ ଯାଉଛନ୍ତି ତେବେ ୨୦ ସେକେଣ୍ଡ ପର୍ଯ୍ୟନ୍ତ ହାତ ଧୋଇ ଘରେ ପଶନ୍ତୁ । ଏହହାସହି ଶପଥ ନେବା ବେଳେ ନିଜର ଭିଡିଓ ସୁଟିଂ କରନ୍ତୁ ଏବଂ ମୋ ପାଖକୁ ପଠାନ୍ତୁ ।