କୋରାପୁଟ (ଏଟିଆର ବ୍ୟୁରୋ); ନବୀନ ପଟ୍ଟନାୟକ ଆଜି କୋରାପୁଟ ଜିଲ୍ଲାରୁ ମାରାଥନ ପ୍ରଚାର ଆରମ୍ଭ କରିଛନ୍ତି। କୋରାପୁଟରେ ପ୍ରଚାର କରି ନବୀନ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି। କାଲିମେଳା ସଭାରେ କେନ୍ଦ୍ର ଉପରେ ବର୍ଷିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । “ପ୍ରତିଶ୍ରୁତି ଦେଇ ପାଳନ କରୁନାହାନ୍ତି କେନ୍ଦ୍ର ସରକାର। କେବିକେ ଯୋଜନା ବନ୍ଦ କଲା କେନ୍ଦ୍ର। ଗରିବଙ୍କ ପାଇଁ ବିଜେପି ନେତାମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି”, ଏହା କହି ନବୀନ ପଟ୍ଟନାୟକ ସିଧାସଳଖ କେନ୍ଦ୍ରକୁ ଆକ୍ରମଣ କରିଛନ୍ତି।
ବିଜେପିକୁ ଲକ୍ଷ୍ୟ କରି ବେଶ ଆକ୍ରାମକ ଢ଼ଙ୍ଗରେ କାଲିମେଳାରେ ନିର୍ବାଚନ ପ୍ରଚାର କରିବା ସହ ଭୋଟ ମାଗିଛନ୍ତି ବିଜେଡ଼ି ସଭାପତି । ୨ ସାଂସଦ ଓ ବିଧାୟକଙ୍କୁ ଭୋଟ ଦେବାକୁ ଅନୁରୋଧ କରିଛନ୍ତି ନବୀନ । କେନ୍ଦ୍ର ସରକାର ଓ ବିଜେପିକୁ ସିଧା ଟାର୍ଗେଟ କରିଛନ୍ତି । ଓଡ଼ିଶାରେ ପ୍ରାକୃତିକ ବିପର୍ୟ୍ୟୟ ବେଳେ କେହି ଆସିଲେ ନାହିଁ । ବିରୋଧୀ ଦଳର ନେତାମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ଓଡିଶାରେ ବନ୍ୟା, ବାତ୍ୟା ବେଳେ ବିରୋଧୀଙ୍କର ଦେଖା ନଥିଲା ବୋଲି ନବୀନ କହିଛନ୍ତି । ମୁଁ ଆପଣଙ୍କ ସହ ଅଛି ଓ ରହିବି ବୋଲି ନବୀନ ପଟ୍ଟନାୟକ କହିଛନ୍ତି । କେବିକେ ଯୋଜନା ବନ୍ଦ ନେଇ ଅଭିଯୋଗ ଆଣିଛନ୍ତି ନବୀନ ।
ନବୀନ କହିଛନ୍ତି, ‘‘ସାଢ଼େ ୪ କୋଟି ଓଡ଼ିଶାବାସୀ ହେଉଛନ୍ତି ମୋ’ ପରିବାର। ସେମାନଙ୍କ ସୁଖ ଦୁଃଖରେ ମୁଁ ରହିଥିଲି ଏବଂ ଆଗକୁ ମଧ୍ୟ ରହିବି। ଓଡ଼ିଶାର ବିକାଶ ପାଇଁ ଅନେକ ଯୋଜନା ପ୍ରଣୟନ କରାଯାଇଛିା ଜନ୍ମଠାରୁ ମୃତ୍ୟୁ ପର୍ୟ୍ୟନ୍ତ ଯୋଜନା ହୋଇଛିା ରାଜ୍ୟ ସରକାର ଚାଷୀଙ୍କ ପାଇଁ କାଳିଆ ଯୋଜନା କରିଛନ୍ତିା ଏହି ଯୋଜନାରେ ୪୦ ଲକ୍ଷ ଚାଷୀ ଉପକୃତ ହୋଇଛନ୍ତିା ଆଉ ୨୦ ଲକ୍ଷ ଚାଷୀଙ୍କୁ ଯୋଡ଼ିବା ପାଇଁ ତାଲିକା କରାଯାଇଛିା”