ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଆଜି ଦିନିକିଆ କେନ୍ଦ୍ରାପଡା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ନବୀନ ବଳଦେବ ଜୀୟୁଙ୍କୁ ଦର୍ଶନ କରିବେ ବୋଲି ସୂଚନା ମିଳିଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ଗ୍ରସ୍ତକୁ ନେଇ ରାଜନୈତିକ ପାଣିପାଗ ସରଗରମ ହୋଇଛି । ଦିନେ କିମ୍ବା ଦୁଇ ଦିନ ଭିତରେ ପାଟକୁରା ନିର୍ବାଚନ ପାଇଁ ବିଗୁଲ ବାଜିପାରେ । ଆଉ ଏହା ପୂର୍ବରୁ ନବୀନଙ୍କ ଗସ୍ତକୁ ନେଇ ଆରମ୍ଭ ହୋଇଛି ନୂଆ ରାଜନୈତିକ ସମୀକରଣ ।
ପାଟକୁରାରେ ନିର୍ବାଚନ ଜିତିବା ପାଇଁ ବିଜେପି ଏବଂ ବିଜେଡି ଅଣ୍ଟା ଭିଡିଛନ୍ତି । ବିଜେପି ନେତା ବିଜୟ ମହାପାତ୍ର ଦୁଇ ଦିନ ତଳେ ଏକ ବିଶାଳ ରାଲି କରିଥିଲେ । ଯେଉଁ ରାଲିରେ ହଜାର ହଜାର ଲୋକ ଯୋଗ ଦେଇଥିଲେ । ସବୁଠାରୁ ବଡ କଥା ହେଉଛି ବିଜୟଙ୍କ ପାଇଁ ଏକପ୍ରକାର ପ୍ରଚାର କରିଥିଲେ ଭୁବନେଶ୍ୱର ନବନିର୍ବାଚିତ ସାଂସଦ ଅପରାଜିତା ଷଢ଼ଙ୍ଗୀ । ତେବେ ଅପରାଜିତାଙ୍କ ଯୋଗଦାନ କିଛି ପରିବର୍ତ୍ତନ କରିବାରେ ବୋଲି ଚର୍ଚ୍ଚା ହେଉଛି ।
ନବୀନ କେନ୍ଦ୍ରାପଡା ଗସ୍ତରେ ଯଦିଓ କୌଣସି ରାଜନୈତିକ ସମନ୍ଧ ନାହିଁ ତଥାପି ଏହାକୁ ରାଜନୈତିକ ଦୃଷ୍ଟି କୋଣରୁ ଦେଖୁଛନ୍ତି ଅନେକ । ସୂଚନାଯୋଗ୍ୟ,ପାଟକୁରାରେ ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ନିର୍ବାଚନ ପୂର୍ବରୁ ମୃତ୍ୟୁ ହୋଇଥିଲା । ଏଣୁ ପାଟକୁରା ନିର୍ବାଚନ ହୋଇ ନାହିଁ । ଏବେ ସବୁ ରାଜନୈତିକ ଦଳ ବିଜୟ ହେବା ପାଇଁ ଅଣ୍ଟା ଭିଡିଛନ୍ତି । ବିଜେଡି ବେଦପ୍ରକାଶଙ୍କ ପତ୍ନୀ ସାବିତ୍ରୀଙ୍କୁ ପ୍ରାର୍ଥୀ କରିଛି । ବିଜେପି ପକ୍ଷରୁ ବିଜୟ ମହାପାତ୍ର ହୋଇଛନ୍ତି ପ୍ରାର୍ଥୀ ।