ଭୁବନେଶ୍ୱର(ଏଟିଆର ବ୍ୟୁରୋ); ପୁଣିଥରେ ବିବାଦଘେରରେ ଛନ୍ଦି ହୋଇଛନ୍ତି ନୟାଗଡ ବିଧାୟକ ତଥା ନବୀନ ପଟ୍ଟନାୟକଙ୍କ ପାୱାର ଫୁଲ ନେତା ଅରୁଣ ସାହୁ । ରାଜ୍ୟ ଏବଂ ନୟାଗଡର ବହୁ ଦୁର୍ନୀତିମୂଳକ କାର୍ଯ୍ୟରେ ଅରୁଣ ସମ୍ପୃକ୍ତି ଥିବା ଅଭିଯୋଗରେ ନୟାଗଡ ନିର୍ବାଚନ ମଣ୍ଡଳୀରୁ ହଜାର ହଜାର କଂଗ୍ରେସ କର୍ମୀ ସିବିଆଇ ଅଫିସ ଆଗରେ ଘେରାଉ କରିଛନ୍ତି । ବିଧାୟକ ବହୁ ଦୁର୍ନୀତିରେ ସମ୍ପୃକ୍ତିଥିବାରୁ ତଦନ୍ତ କରିବା ସହ ଅରୁଣଙ୍କୁ ଗିରଫ ଦାବୀରେ ସିବିଆଇ ଅଫିସ ଆଗରେ ଧାରଣା ଦେଇଛନ୍ତି କର୍ମୀ ।
ପୂର୍ବରୁ ଅରୁଣଙ୍କ ନାଁରେ ବିଭିନ୍ନ ପ୍ରସଙ୍ଗରେ ବହୁ ବିବାଦ ଦେଖିବାକୁ ମିଳିଥିଲା । ସେ ଛବି ବର୍ଦ୍ଧନ ହତ୍ୟାକାଣ୍ଡ ହେଉ ବା ଚିଟଫଣ୍ଡ ଦୁର୍ନୀତି ଏବଂ ବ୍ରହ୍ମ ବିଭ୍ରାଟଠାରୁ ଆରମ୍ଭ କରି ନବକଳେବର ଥିବା ବେଳେ ଦଇତାପତିଙ୍କ ଶୋଇ ଫଟୋ ଉଠାଇବା ପ୍ରସଙ୍ଗକୁ ନେଇ ବିବାଦରେ ଛନ୍ଦି ହେବା ସହ ମନ୍ତ୍ରୀ ପଦ ହରାଇଥିବା ଦେଖିବାକୁ ମିଳିଥିଲା । ତେବେ ଏତେ ସବୁ ଦୁର୍ନିତୀରେ ଥିଲେ ମଧ୍ୟ ନବୀନ ପଟ୍ଟନାୟକଙ୍କ ଛତ୍ରଛାୟା ତଳେ ରହିଥିବାରୁ ଅରୁଣଙ୍କ ଉପରେ କୈାଣସି ପ୍ରଭାବ ପଡିନାହିଁ । ଏଣୁ ଅରୁଣଙ୍କ ପାପର ପେଡି ଖୋଲିବା ସହ ଦୁର୍ନୀତିର ପର୍ଦ୍ଦାଫାସ କରି ଲୋକ ଲୋଚନକୁ ଆଣିବା ପାଇଁ ଦାବୀ ରଖିଛନ୍ତି ଆନ୍ଦୋଳନ କାରୀ ।
ତେବେ ଏହି ସବୁ ଦୁର୍ନୀତିର ତଦନ୍ତ ଦାବି କରିବା ସହ ଅରୁଣଙ୍କ ଗିରଫ ଦାବି କରି ଶତାଧିକ କଂଗ୍ରେସ କର୍ମୀ ଆଜି ସିବିଆଇ ଅଫିସ ଘେରାଉ କରିଥିଲେ । ପୂର୍ବରୁ ମଧ୍ୟ ଏନେଇ ନୟାଗଡ଼ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ସିବିଆଇ ଡାଇରେକ୍ଟରଙ୍କୁ ଏକ ପତ୍ର ଦିଆଯାଇଥିଲା । ଅରୁଣ ସାହୁ ଦାରୁ ଫିକ୍ସିଂ କରିଥିବାରୁ ତାଙ୍କର ମନ୍ତ୍ରୀ ପଦ ଚାଲିଗଲା ବୋଲି କଂଗ୍ରେସ ନେତ୍ରୀ ମିଲି ପଣ୍ଡା ତାଙ୍କୁ ତାତ୍ସଲ୍ୟ କରି କହିଛନ୍ତି । ନୟାଗଡ଼ କଂଗ୍ରେସ ନାତା ତଥା ଆଇନଜୀବୀ ଜିତୁ ଭାଇ, ହୁସେନ୍ ଖାଁ ଓ ମିଲିପଣ୍ଡାଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ଏହି ବିକ୍ଷୋଭରେ ସାମିଲ ହୋଇଥିଲେ ।