ନୟାଗଡ (ଏଟିଆର ବ୍ୟୁରୋ); ତିନିଟି ନିର୍ବାଚନରେ ନୟାଗଡ ଜିଲ୍ଲା ୪ଟି ଯାକ ଆସନରେ ବିଜେଡି ବିଜୟ ବାନା ଉଡାଇ ଆସିଛି । ତେବେ ଚଳିତ ନିର୍ବାଚନ ବିଜେଡି ପାଇଁ ଏତେ ସହଜ ହେବ ନାହିଁ ବୋଲି ଚର୍ଚ୍ଚା ହେଉଛି । ଚାରୋଟିଯାକ ଆସନରେ ବିଜେପି ଏବଂ ବିଜେଡି ମଧ୍ୟରେ କଡା ଟକ୍କର ହେବ ହେବ । ଜଣ୍ଠା ଜଣ୍ଠା ପ୍ରାର୍ଥୀଙ୍କୁ ବିଜେପି ପ୍ରାର୍ଥୀ କରିଛି ସବୁ ଆସନରେ । ଅପରପକ୍ଷରେ କଂଗ୍ରେସର ସେମିତି କେହି ହେବିୱେଟ ନେତାନଥିଲେ ସୁଦ୍ଧା ଦୁଇ ବିରୋଧୀଙ୍କୁ ଚକମା ଦେଖାଇବା ପାଇଁ ଭିତିରିଆ ଖେଳ କରୁଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଦ୍ୱିତୀୟ ପର୍ଯ୍ୟାୟରେ ଏଠାରେ ନିର୍ବାଚନ ହେବାକୁ ଥିବାରୁ ତିନି ରାଜନୈତିକ ଦଳ ନିଜର ପ୍ରଚାର କରି ସ୍ଥିତି ଜାହିର କରିବା ପାଇଁ ଲାଗିପଡିଛନ୍ତି । ତେବେ ଆସନ୍ତୁ ନଜର ପକାଇବା ନୟାଗଡ ଜିଲ୍ଲା ୪ଟି ଯାକ ଆସନ ଉପରେ କେଉଁଠି କଣ ରହିଛି ପରିସ୍ଥିତି ।
ନୟାଗଡ- ଏଠାରେ ବିଜେଡି ଦଳର ହେବିୱେଟ ନେତା ଅରୁଣ ସାହୁଙ୍କୁ ପ୍ରାର୍ଥୀ କରିଛି । ତିନିଥର ଏହି ଆସନରେ ତିନିଥର ବିଜୟ ହେବା ପରେ ଚତୁର୍ଥଥର ବିଜୟ ଲକ୍ଷ୍ୟରେ ରହିଛନ୍ତି ଅରୁଣ । କିନ୍ତୁ ଏଥରକ ତାଙ୍କ ବିଜୟ ସହଜ ହୋଇନପାରେ । କାରଣ ବିଜେପି ଲାଲା ମନୋଜରାୟଙ୍କ ପତ୍ନୀ ଇରାନୀ ରାୟଙ୍କୁ ପ୍ରାର୍ଥୀ କରିଛି । ତେବେ ସବୁଠାରୁ ବଡ କଥା ହେଉଛି କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ବିଜେପିରେ ଯୋଗ ଦେବା । ଉଭୟ ମିଶି ଅରୁଣଙ୍କ ବିରୋଧରେ ଆରମ୍ଭ କରିଛନ୍ତି ପ୍ରଚାର । ସ୍ୱର୍ଗତ ହେମେନ୍ଦ୍ର ସିଂହଙ୍କ ନୟାଗଡରେ ଥିବା ନିଜସ୍ୱ ଭୋଟବ୍ୟାଙ୍କ ଇରାନୀଙ୍କ ସପକ୍ଷରେ ଯିବ । ଏଣୁ ଏଠାରେ ହାଇଭୋଲଟେଜ ଲଢ଼େଇ ହେବ ।
ଦଶପଲ୍ଲା-ଏଠାରେ ବିଜେଡି ନୂଆ ପ୍ରାର୍ଥୀ ରମେଶ ବେହେରାଙ୍କ ଉପରେ ଭରଷା କରି ଟିକେଟ ଦେଇଛି । ତେବେ ବିଧାୟକ ପୂର୍ଣ୍ଣଙ୍କୁ ଟିକେଟ ନମିଳିବା ପରେ ସେ ବିଜେପିରେ ଯୋଗ ଦେଇଛନ୍ତି । ଏଣୁ ପୂର୍ଣ୍ଣଙ୍କ ସଂପ୍ରଦାୟ,ବିଜେପି କୋଟା ଭୋଟ ଏବଂ ନିଜସ୍ୱ ଭୋଟ ବ୍ୟାଙ୍କ ମିଶିବା ପରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ଅସୁବିଧା ସୃଷ୍ଟି କରିପାରେ ବୋଲି ଚର୍ଚ୍ଚା ହେଉଛି । ଏଣୁ ଏଠାରେ ମଧ୍ୟ ଲଢ଼େଇ ଜୋରଦାର ହେବ ।
ଖଣ୍ଡପଡା-ବିଜେଡି ରାଜ୍ୟସଭା ପ୍ରାର୍ଥୀ ସୌମ୍ୟରଞ୍ଜନଙ୍କୁ ପ୍ରାର୍ଥୀ କରିଛି ବିଜେଡି । ତାଙ୍କୁ ବିଜେପି ପକ୍ଷରୁ କଡା ଟକ୍କର ଦେବା ପାଇଁ ବାହାରିଛନ୍ତି ସିଦ୍ଧାର୍ଥ ଶେଖର । କେନ୍ଦ୍ର ସରକାରଙ୍କ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକୁ ଲୋକଙ୍କ ପାଖରେ ପହଁଞ୍ଚାଇ ଭୋଟ ଭିକ୍ଷା କରୁଛନ୍ତି ସିଦ୍ଧାର୍ଥ । ସୌମ୍ୟଙ୍କର ଏଠାରେ ବହୁ ବିରୋଧୀ ଥିବାରୁ ଦଳୀୟ ଟିକେଟ ପାଇଥିଲେ ମଧ୍ୟ ଅଡୁଆ ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।
ରଣପୁର-ରଣହୁଙ୍କାର ଦେଇ ଆରମ୍ଭ କରିଛି ବିଜେପି ପ୍ରଚାର । ଏଠାରେ ବିଜେପିର ହେବିୱେଟ ମହିଳା ନେତ୍ରୀ ସୁରମା ପାଢ଼ୀ ପ୍ରାର୍ଥୀ ହୋଇଛନ୍ତି । ତାଙ୍କ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି ବାଦଲ । ରାଜ୍ୟ ସରକାରଙ୍କ ମହିଳାଙ୍କ ପ୍ରତି ହୋଇଥିବା ଅବହେଳାକୁ ମୁଖ୍ୟ ଅସ୍ତ୍ର କରି ଲୋକଙ୍କ ପାଖରେ ପହଁଞ୍ଚିବା ପାଇଁ ଚେଷ୍ଠା କରିବ ବିଜେପି । ଯାହାକି ବିଜେଡିର ମୁଣ୍ଡବିନ୍ଧାର କାରଣ ହେବ ।
ନିର୍ବାଚନ ମଣ୍ଡଳୀର ସବୁ ନିର୍ବାଚନ ମଣ୍ଡଳୀ ପୂର୍ବାପେକ୍ଷା ବିଜେପି ଶକ୍ତି ବଢ଼ିବା ସହିତ ବିଜେଡିର ଲୋକପ୍ରିୟତା କମିଥିବା ଶୁଣିବାକୁ ମିଳିଛି । ତଥାପି ଦୀର୍ଘଦିନ ଧରି ଦଳ ଏଠାରେ କ୍ଷମତାକୁ ଆସୁଥିବାରୁ କେତେକଙ୍କ ମନରେ ଦରଦ ମଧ୍ୟ ରହିଛି । ତେବେ ଆଗାମି ଦିନରେ ଜନତା କାହା ଉପରେ ଭରଷା କରି ଭୋଟ ଦେଉଛନ୍ତି ତାହା ମେ ୨୩ରେ ନିର୍ଦ୍ଧାରିତ ହୋଇଯିବ ।