କଟକ (ଏଟିଆର ବ୍ୟୁରୋ); ଗତ ୨୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ନବୀନଙ୍କ ନୂଆ ଟିମରେ ସାମିଲ ହୋଇଛନ୍ତି ନବ ଦାସ । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରୀ ଭାବରେ ସେ ଶପଥ ଗ୍ରହଣ କରିଛନ୍ତି । ତେବେ ଶପଥ ନେବା ପରେ କାମ ଆରମ୍ଭ କରିଛନ୍ତି ନବ । ପ୍ରଥମରୁ ଆକ୍ସନ ମୁଡରେ ରହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ । ରାଜ୍ୟର ବଡ ସରକାରୀ ମେଡିକାଲ ଏସବିରେ ପହଁଞ୍ଚି ତଦାରଖ କରିଛନ୍ତି ନବ ।
ଏସସିବିରେ ପହଁଞ୍ଚି ନବ ମେଡିକାଲ କତ୍ତୃପକ୍ଷଙ୍କ ସହ ସମସ୍ୟା ସମନ୍ଧରେ ଆଲୋଚନା କରିଛନ୍ତି । ମେଡିକାଲରେ ଥିବା ସମସ୍ତ ସମସ୍ୟାର ସମାଧାନ କରାଯିବ ବୋଲି ମଧ୍ୟ ନବ ପ୍ରତିଶୃତି ଦେଇଛନ୍ତି । ଦିନକୁ ଦିନ ଏସସିବିିରେ ରୋଗୀଙ୍କ ସଂଖ୍ୟା ବଢ଼ୁଥିବାରୁ ଏଠାରେ ବେଡ ବଢ଼ାଟିବ ବୋଲି ମଧ୍ୟ ପ୍ରତିଶୃତି ଦେଇଛନ୍ତି ନବ । ରାଜ୍ୟ ସରକାର ଗରୀବ ଲୋକ ସ୍ୱାସ୍ଥ୍ୟସେବା ପାଇଁ ବିଭିନ୍ନ ଯୋଜନାମାନ ଘୋଷଣା କରିଛନ୍ତି । ତେବେ ୧୦୦ ଦିନିଆ ଯୋଜନା କରି ବିଭାଗ ପକ୍ଷରୁ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ନୂଆ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ।
ସୂଚନାଯୋଗ୍ୟ, ନବ ଦାସ ତାଙ୍କ ରାଜନୈତିକ କ୍ୟାରିୟରରେ ପ୍ରଥମଥର ଲାଗି ମନ୍ତ୍ରୀ ହୋଇଛନ୍ତି । ପଶ୍ଚିମ ଓଡିଶାର ଜଣେ ଟାଣୁଆଁ ନେତା ଭାବରେ ସେ ବେଶ ପରିଚିତ । ପ୍ରଥମରୁ ଲୋକଙ୍କ କାମ କରି ଆସିଛନ୍ତି । ସେ ଚଳିତ ବର୍ଷ ବିଜେଡି ଟିକେଟରେ ଝାରସୁଗୁଡାରୁ ନିର୍ବାଚନ ଲଢ଼ି ବିଜୟ ହୋଇଛନ୍ତି । ଏଡାପୂର୍ବରୁ ସେ କଂଗ୍ରେସରେ ଥିଲେ । ୨୦୧୪ ନିର୍ବାଚନରେ ଝାରସୁଗୁଡା ବିଧାନସଭା ଆସନରେ ବିଜୟ ହୋଇଥିଲେ । କିନ୍ତୁ ୨୦୧୯ ନିର୍ବାଚନ ପୂର୍ବରୁ ବିଜେଡିରେ ଯୋଗ ଦେଇ ଟିକେଟ ହାତେଇଥିଲେ ନବ ।