ଭୁବନେଶ୍ୱର (ଏଟିଆର ବ୍ୟୁରୋ) ; ଆଜିଠାରୁ ଆରମ୍ଭ ହୋଇଥିବା ଶୀତ ଅଧିବେଶନରୁ ବିରୋଧୀଙ୍କ ଗରମ ଦେଖିବାକୁ ମିଳିଛି । ଶୋକ ପ୍ରସ୍ତାବ ଆଗତ ହେବା ପରେ ପ୍ରଶ୍ନକାଳ ଆରମ୍ଭ କରିବା ପାଇଁ ଗୃହ ମୁଖ୍ୟ ତଥା ବାଚସ୍ୱତି ନିର୍ଦ୍ଦେଶ ଦେଇଥିଲେ । ଏହାପରେ ବିରୋଧୀ ଦଳ ବିଧାୟକ ମାନେ ଗୃହର ମଧ୍ୟ ଭାଗକୁ ଆସି ସରକାରଙ୍କ ବିରୋଧରେ ନାରାବାଜି କରିବା ସହ ପାଟିତୁଣ୍ଡ କରିଥିଲେ । ଏମାନେ ଚାଷୀ ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ହୋହାଲ୍ଲା କରିଥିଲେ । ଫଳରେ ବାଚସ୍ପତି ୧୨ଟା ୧୪ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଥିଲେ ।
ସରକାର ଚାଷୀଙ୍କ ସାମ୍ବିଧାନିକ ଅଧିକାର ଛଡାଇ ନେଇଛନ୍ତି । ଏବଂ ଚାଷୀଙ୍କ ଆନ୍ଦୋଳନକୁ ସରକାର ଅଣଗଣତାନ୍ତ୍ରୀକ ଭାବେ ଭଣ୍ଡୁର କରିବା ପାଇଁ ଉଦ୍ୟମ କରୁଥିବା କହିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର । ସେପଟେ ବିଜେପି ବିଧାୟକ ମଧ୍ୟ ସରକାରଙ୍କୁ ସମାଲୋଚନା କରି କହିଛନ୍ତି ରାଜ୍ୟରେ ଚାଷୀ ସମସ୍ୟା ବଢ଼ିବାରେ ଲାଗିଛି । ଏଣୁ ସମ୍ପର୍କରେ ଗୃହରେ ଆଲୋଚନା ହେବା ଆବଶ୍ୟକ ।
ଡିସେମ୍ବର ୧୫ ଯାଏଁ ଏହି ଅଧିବେଶନରେ ମୋଟ ୨୩ଟି କାର୍ଯ୍ୟ ଦିବସ ରହିଛି । ଏଥି ମଧ୍ୟରୁ ୧୯ଟି ସରକାରୀ ଓ ଅନ୍ୟ ୪ଟି ବେସରକାରୀ କାର୍ଯ୍ୟଦିବସ ରହିଛି । ତେବେ ପ୍ରଥମ ଦିନର ଆରମ୍ଭରୁ ବିରୋଧୀ ତାତିଛନ୍ତି । ୨୦୧୯ ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ ଉଭୟ ଶାସକ ଏବଂ ବିରେଧୀ ମଧ୍ୟରେ କଡା ସମାଲୋଚନା ହେବ ।