ଭୁବନେଶ୍ୱର (ଏଟିଆର ବ୍ୟୁରୋ) ଆରମ୍ଭ ହୋଇଥିବା ଶୀତ ଅଧିବେଶନର ଆଜି ହେଉଛି ତୃତୀୟ ଦିନ । ସାଧାରଣ ନିର୍ବାଚନ ପୂର୍ବରୁ ଏହା ହେଉଛି ଶେଷ ଅଧିବେଶନ । ଏଣୁ ଏହି ଅଧିବେଶନରେ ବିରୋଧୀମାନେ ଶାସକ ଦଳକୁ ଟାର୍ଗେଟ କରିବା ଆରମ୍ଭ କରିଦେଇଛନ୍ତି । ଆଜି ଗୃହ ଆରମ୍ଭରୁ ଦେଖିବାକୁ ମିଳିଥିଲା ଏହାର ଝଲକ । ସରକାରଙ୍କୁ ଟାର୍ଗେଟ କରି କଂଗ୍ରେସ ଦଳ ପକ୍ଷରୁ ହଟ୍ଟଗୋଳ ହୋଇଥିଲା । ଗୃହରେ ଏପରି ହଟ୍ଟଗୋଳକୁ ନଜରରେ ରଖି ଗୃହକୁ ଅପରାହ୍ନ ୩ଟା ଯାଏଁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି ।
ସଚିବାଳୟରେ ସିବିଆଇ ପଶିବାକୁ ନେଇ କଂଗ୍ରେସ ଦଳର ବିଧାୟକମାନେ ଗୃହ ଆରମ୍ଭରୁ ନାରାବାଜି କରିବା ସହ ନିଜ ଆସନରୁ ଉଠିଆସି ପେଡିୟମ ପାଖକୁ ମାଡି ଆସିଥିଲେ । କେନ୍ଦ୍ର ସରକାର ଅନୁସୂଚିତ ଜାତି ଓ ଜନଜାତି ଛାତ୍ର ଛାତ୍ରୀଙ୍କ ଷ୍ଟାଇପେଣ୍ଡକୁ କାଟିଦେଇଥିବା ପ୍ରତିବାଦ କରି ରାଜ୍ୟର ଶାସକ ଦଳ ଗୃହରେ ହୋହାଲ୍ଲା କରିଥିଲେ । ପରେ ଶାସକ ଦଳର ସଦସ୍ୟମାନେ ଗାନ୍ଧୀମୂତ୍ତି ତଳେ ଧାରଣା ଦେଇଥିଲେ । ଗୃହରେ ଏପରି ନାଟକୀୟ ପରିସ୍ଥିତିକୁ ଆଖିରେ ରଖି ଗୃହକୁ ଅପରାହ୍ନ ୩ଟା ଯାଏଁ ଗୃହକୁ ମଲତବୀ ରଖିଛନ୍ତି ବାଚସ୍ପତି ।