ଭୁବନେଶ୍ୱର (ଏଟିଆର ବ୍ୟୁରୋ) ; ଓଡିଶା ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ବିଜେପିର ରାଜ୍ୟ ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ର । କେନ୍ଦ୍ର ଯୋଜନା ଲୋକଙ୍କ ପାଖରେ ସିଧାସଳଖ ପହଁଞ୍ଚି ପାରୁନି । ଶାସକ ଦଳର କର୍ମୀମାନେ ବ୍ଳକ ଅଫିସକୁ ନିଜର କାର୍ଯ୍ୟାଳୟ ଭାବେ ବ୍ୟବହାର କରିଆସୁଛନ୍ତି । ଯେଉଁ କାରଣରୁ ଗାଁ ଗହଳିର ଲୋକମାନେ କୈାଣସି ସରକାରୀ ସୁବିଧାକୁ ପାଇପାରୁନାହାଁନ୍ତି ।
୧୯ ବର୍ଷ ହେବ ଓଡିଶାରେ ପଞ୍ଚାୟତିରାଜ ବ୍ୟବସ୍ଥା ଭୁଷୁଡି ପଡିଛି । ବ୍ଳକ ସ୍ତରରୁ ସମସ୍ତ ବ୍ୟବସ୍ଥାକୁ ମୁଖ୍ୟମନ୍ତ୍ରୀ ନିଜ ନିୟନ୍ତ୍ରଣ କରୁଛନ୍ତି । ଏଣୁ ଗରୀବ ହିତାଧିକାରୀ ମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ହେଉଛନ୍ତି । ଲୋକଙ୍କ ଆଗରେ ବିଜେଡିର ଦୁର୍ନିତୀର ପେଡି ଖୋଲିବା ପାଇଁ ବିଜେପି ରାଜ୍ୟର ସବୁ ବ୍ଳକ ଘେରାଉ କରିବ ବୋଲି ଆଜି ଏକ ପ୍ରେସମିଟ କରି ସୂଚନା ଦେଇଛି ।