ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ପିସିରେ ପେଶି ହୋଇଯାଉଛନ୍ତି ଓଡିଆ । ଗରିବର ଛାଳବୁହା ଅର୍ଥର ଟିକସକୁ ଚଳୁ କରୁଛନ୍ତି ରାଜ୍ୟ ସରକାର । ଅଣଦେଖା ହେଉଛନ୍ତି ଗରୀବ । ଦଳୀୟ କର୍ମୀଙ୍କୁ ମିଳୂଛି ସରକାରୀ ଲାଭ । ଏପରି କଡା ଅଭିଯୋଗ ଆଣିଛନ୍ତି ରାଜ୍ୟ ବିଜେପିର ଉପସଭାପତି ଭୃଗୁ ବକ୍ସିପାତ୍ର । କାଲିଠାରୁ ଆରମ୍ଭ ହେଉଛି ରାଜ୍ୟବ୍ୟାପି ପ୍ରତେକ ବ୍ଲକ ଘେରାଉ ଅଭିଯାନ । ଓଡିଶା ସରକାରଙ୍କ ଦୁର୍ନୀତି, ଭ୍ରଷ୍ଟାଚାର , ପିସି କାରବାର ବିରୋଧରେ ଆସନ୍ତାକାଲି ରାଜରାସ୍ତାକୁ ଓହ୍ଲାଇ ପ୍ରତେକ ବ୍ଲକକୁ ଘେରାଉ କରିବ ଭାରତୀୟ ଜନତା ପାର୍ଟି । ଆସନ୍ତାକାଲି ଠାରୁ ଅର୍ଥାତ୍ ୨୭ , ୨୯ ଓ ୩୦ ତାରିଖରେ ପର୍ଯ୍ୟାୟକ୍ରମେ ଏହି ଅଭିଯାନ ହେବ ବୋଲି ଜଣାପଡିଛି ।
ଏନେଇ ବିଜେପି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ବିଳନୀରେ ଭୃଗୁ ବକ୍ସିପାତ୍ର ସୂଚନା ଦେଇଛନ୍ତି । ଏହି ଆନ୍ଦୋଳନରେ ବିଜେପି ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ଚିଟଫଣ୍ଡ , ଖଣି , ଡାଲି , ଚାରା , ବାଲିଘାଟ ପ୍ରସଙ୍ଗକୁ ନେଇ ବିଜେଡି ପାଇଁ ଅସ୍ତ୍ର ପ୍ରସ୍ତୁତ କରିଛି । ଖାଲି ସେତିକି ନୁହେଁ କୃଷି ଋଣ ଜାଲିଆତି , ଧାନର ସହାୟକ ମୁଲ୍ୟ ନଦେବା ପ୍ରସଙ୍ଗ , ଓଡିଆ ଚାଷୀଙ୍କୁ ପ୍ରତାରଣା ପ୍ରସଙ୍ଗକୁ ନେଇ ବିଜେଡିକୁ ଟାର୍ଗେଟ କରିବ ବିଜେପି ।
ଏହି ସମ୍ବିଳନୀରେ ଭୃଗୁ ବିଜେଡି ସରକାରଙ୍କ ଦୁର୍ନୀତି ସମ୍ପର୍କରେ କହିଛନ୍ତି । ରାଜ୍ୟରେ ସରପଞ୍ଚ , ସମିତି ସଭ୍ୟ , ମେମ୍ବରଙ୍କ ହାତରୁ ସବୁ କ୍ଷମତା ଛଡାଇ ନିଆଯାଇ ନେତା , ବିଧାୟକ ଓ ମନ୍ତ୍ରୀଙ୍କ କାଗଜ କଲମରେ କାମ କରାଯାଉଛି । ସରକାରକାରଙ୍କ ଆମ ଗାଁ ଅମ ବିକାଶ ମାଧ୍ୟମରେ ଦଲାଲ, ଓ ଦଳୀୟ କର୍ମୀ ଉପକୃତ ହେଉଛନ୍ତି । ନିଜସ୍ୱ ଖାଦ୍ୟ ଯୋଜନା ମଧ୍ୟମରେ ଗରିବ ଲୋକ ତାହାର ଅଧିକାର ପାଉନି । ଦଳୀୟ କର୍ମିଙ୍କୁ କେବଳ ସରକାରୀ ଫାଇଦା ହାସଲ ହେଉଛି ବୋଲି ଭୃଗୁ ବକ୍ସିପାତ୍ର କହିଛନ୍ତି ।
ସେପଟେ ବିଜେଡି ଏହାର ଜବାବ ରଖିଛି । ମୁଖପାତ୍ର ସସ୍ମିତ ପାତ୍ର ବିଜେପିକୁ ଟାର୍ଗେଟ କରିଛନ୍ତି । ବିଜେପି କେନ୍ଦ୍ରର ଅବହେଳା କଥା କାହିଁକି ଉଠାଉନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ବିଜେପିର ଏହା କୁମ୍ଭିର କାନ୍ଦଣା । ଏହାର ପ୍ରଭାବ ବବୀନଙ୍କ ଉପରେ ପଡିବନି ବୋଲି ସେ କହିଛନ୍ତି ।