ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜିଠୁ ତିନି ଦିନିଆ ଦିଲ୍ଲୀ ଗସ୍ତରେ ଯିବେ । ଦିନକୁ ଦିନ ଯେଉଁଭଳି ଭାବେ ମାଓ ନକ୍ସଲମାନେ ସକ୍ରିୟ ହେଉଛନ୍ତି ଏହାର ମୁକାବିଲା କରିବା ଲାଗି ଏକ ବୈଠକ ଡାକିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବେ ବୋଲି ସୂଚନା ରହିଛି ।
ଯେଉଁ ସବୁ ରାଜ୍ୟ ଗୁଡିକରେ ମାଓବାଦୀମାନେ ସକ୍ରିୟ ରହିଛନ୍ତି ସେହି ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ଏହି ବୈଠକରେ ସାମିଲ ହେବେ । ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ ମାଓବାଦୀଙ୍କ କାର୍ଯ୍ୟକୁ କିଭଳି ଭାବେ ଦମନ କରିହେବ ସେନେଇ ଆଲୋଚନା କରାଯିବ ।