ଭୁବନେଶ୍ୱର,(ଏଟିଆରବ୍ୟୁରୋ): ରାଜ୍ୟର ମୁଖ୍ୟ ଶାସନ ସଚିବ ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ୧୯୮୬ବ୍ୟାଚ୍ର ଆଇଏଏସ ଅଫିସର ଅସିତ୍ ତ୍ରିପାଠୀ । ପୂର୍ବତନ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଠାରୁ ବିଦ୍ଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ସେ ଏକ ସାମ୍ବାଦିକ ସମ୍ମିଳନୀ ଡାକିଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ୫ଟି ମନ୍ତ୍ର ହେବ ପ୍ରଶାସନର ପ୍ରାଣବିନ୍ଦୁ । କୌଣସି ଫାଇଲ ସରକାରଙ୍କ ଦପ୍ତରରେ ପଡି ରହିବ ନାହିଁ । ରକେଟ ବେଗରେ ଫାଇଲ ମୁଭମେଣ୍ଟ ହେବ । ଫଳରେ ସରକାରୀ କାର୍ଯ୍ୟ ଶୀଘ୍ର ହେବ । ଭିତ୍ତିଭୁମି ଓ ସାମାଜିକ କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦିଆଯିବ । କିଭଳି ସାଧାରଣ ଲୋକଙ୍କ ପାଖେ ପାଖେ ସରକାରୀ ଯୋଜନା ମାନ ପହଞ୍ଚିବ ସେନେଇ ପୂରା ଚେଷ୍ଟା କରାଯିବ ବୋଲି ରାଜ୍ୟ ପ୍ରଶାସନର ମଙ୍ଗ ଧରିବା ପରେ ରାଜ୍ୟବାସୀଙ୍କୁ ଏହି ଭରସା ଦେଇଛନ୍ତି ଶାସନ ସଚିବ ଅସିତ୍ ତ୍ରିପାଠୀ । ସେ ଆହୁରି ମଧ୍ୟ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ୫ଟି ମନ୍ତ୍ରକୁ ଆଧାର କରି ସମସ୍ତ ବିଭାଗର ଏକ ଚାର୍ଟର ପ୍ରସ୍ତୁତ କରାଯିବ ।
ଆଉ ସେହି ଚାର୍ଟର ଜରିଆରେ ସବୁ କାମ ହେବ । କୌଣସି ସାଲିସ କିମ୍ବା ମାଲିସକୁ ପ୍ରଶୟ ଦିଆଯିବ ନାହିଁ । ସୂଚନାଯୋଗ୍ୟ, ରାଜ୍ୟର ୪୩ତମ ମୁଖ୍ୟ ଶାସନ ସଚିବ ଭାବେ ଅସିତ ତ୍ରିପାଠୀ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହା ପୂର୍ବରୁ ସେ ଡେଭ୍ଲପମେଣ୍ଟ କମିଶନର କମ୍ ଆଡ଼ସିନାଲ ଚିଫ ସେକ୍ରେଟାରୀ ଏବଂ ଚିଫ ଆଡମିନ୍ଷ୍ଟେଟର(କେବିକେ) ଦାୟିତ୍ୱରେ ଥିଲେ ।
ନଜର ପକାନ୍ତୁ ଆଉ କେଉଁ ଅଫିସର ମାନେ କେଉଁ ବିଭାଗରେ ରହିଲେ
୧: ସୁରେଶ ଚନ୍ଦ୍ର ମହାପାତ୍ର-ଉନ୍ନୟନ କମିଶନର
୨: ସଞ୍ଜୀବ ଚୋପ୍ରା- ଗୃହ ବିଭାଗ
୩: ପ୍ରଦୀପ୍ତ କୁମାର ମହାପାତ୍ର- କୃଷି ଉତ୍ପାଦନ କମିଶନର
୪: ଆଦିତ୍ୟ ପ୍ରସାଦ ପାଢ଼ୀ- ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର