ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଆଜିଠାରୁ ବିଜେପି ଆରମ୍ଭ କରିଛି ନୂଆ ଅଭିଯାନ । ଯାହାର ନାମ ରହିଛି ବିଜୟ ସଂକଳ୍ପ ଯାତ୍ରା । ଏହି ଅଭିଯାନ ଆଜିଠାରୁ ଆରମ୍ଭ ହୋଇ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ । ତେବେ ଏହ୭ଦିନର ଅଭିଯାନରେ ବିଜେପି ପାଖାପାଖି ୫ ହଜାରରୁ ଅଧିକ ସଭା କରିବ ବୋଲି ସୂଚନା ଦେଇଛି । ‘ବିଜୟ ସଂକଳ୍ପ ଯାତ୍ରା’ର ମୁଖ୍ୟ ଲକ୍ଷ୍ୟ ହେଉଛି ରାଜ୍ୟର ସମସ୍ତ ଜନତାଙ୍କ ପାଖରେ ପହଁଞ୍ଚିବା । ଏବଂ ସଭା କରି ଲୋକଙ୍କୁ କେନ୍ଦ୍ର ସରକାରଙ୍କ ୫ ବର୍ଷ ଶାସନ କାଳ ମଧ୍ୟରେ କରାଯାଇଥିବା ଉନ୍ନତି ମୂଳକ କାର୍ଯ୍ୟ ପହଁଞ୍ଚାଇବା ।
ରାଜ୍ୟର ସମସ୍ତ ବିଧାନସଭା ମଣ୍ଡଳୀରେ ଥିବା ଗାଁ ଗାଁ ବୁଲି ସଭା ସମିତି ଏବଂ ପଥପ୍ରାନ୍ତ ନାଟକ କରି ଲୋକଙ୍କୁ ବିଜେପି ପ୍ରତି ଆକୃଷ୍ଟ କରାଇବାଏବଂ ରାଜ୍ୟ ସରକାରଙ୍କ ମନମୁଖୀ ଶାସନକୁ ଲୋକଙ୍କ ଆଗରେ ପ୍ରକାଶ କରିବା ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ । ତେବେ ନିର୍ବାଚନ ପୂର୍ବରୁ ଏହା ଏକ ବିଦ୍ଧିବଧ ପ୍ରଚାର । ଏହି ଯାତ୍ରା ପାଇଁ ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀର ୫ଟି ବିଧାନସଭା ନିର୍ବାଚନ କ୍ଷେତ୍ରର କର୍ମୀଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଥିଲା। ବ୍ରହ୍ମପୁର, ଚିକିଟି, ଦିଗପହଣ୍ଡି, ଗୋପାଳପୁର ଓ ଛତ୍ରପୁରରେ ୨୫୦ଟି ପଥପ୍ରାନ୍ତ ନାଟକ କରି ଓଡ଼ିଶାରେ ରାଜନୈତିକ ପରିବର୍ତ୍ତନ ପାଇଁ ଲୋକଙ୍କ ବାର୍ତ୍ତା ଦିଆଯିବ ବୋଲି ଦଳ ପକ୍ଷରୁ ସୂଚନା ମିଳିଛି।
ସେପଟେ କେନ୍ଦ୍ର ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଅନୁଗୋଳରେ ବିଜୟ ସଂକଳ୍ପ ଯାତ୍ରାରେ ପ୍ରଥମ ଦିନରେ ସାମିଲ ହେବେ । ଓଡିଶା ବିଜେପିର ଟାଣୁଆ ନେତା ଅନୁଗୋଳ ଅଞ୍ଚଳରେ ଯୋଗ ଦେଉଥିବାରୁ ସ୍ଥାନୀୟ କର୍ମୀ ବେଶ ଖୁସି ଅଛନ୍ତି । ନିର୍ବାଚନ ପୂର୍ବରୁ ନୂଆ ରଣନୀତି ପାଇଁ ଗୁରୁଜ୍ଞାନ ମଧ୍ୟ ଦେଇ ପାରନ୍ତି ଧମେନ୍ଦ୍ର ।