ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବିଧାନସଭା ଶୂନ୍ୟକାଳ ବେଶ୍ ସରଗରମ ହୋଇଛି । ବିଧାନସଭା ଶୂନ୍ୟକାଳରେ ମରୁଡ଼ି ପ୍ରସଙ୍ଗକୁ ନେଇ ଗୃହରେ ଆଲୋଚନା ବେଶ୍ ସରଗରମ ହୋଇଛି। କମ୍ ପରିମାଣର ବର୍ଷା, ଲିପ୍ଟ ଇରିଗେସନ ପଏଣ୍ଟ, ଡିପ୍ ବୋରୱେଲ ଅଚଳାବସ୍ଥା ନେଇ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଓ ନରସିଂହ ମିଶ୍ର ପ୍ରସଙ୍ଗ ଉଠାଇଛନ୍ତି । ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକ ଏହି ପ୍ରସଙ୍ଗ ଉଠାଇ ୧୫ ଜିଲ୍ଲାରେ ବର୍ଷା ଠିକ୍ ଭାବେ ହୋଇନଥିବାରୁ ମରୁଡ଼ି ସ୍ଥିତି ଉପୁଜିଛି, ମାଟି ଫାଟି ଆଁ କଲାଣି, ତଳି ଶୁଖିବାକୁ ବସିଲାଣି ।
ଯାହାଫଳରେ ଚାଷୀକୂଳଙ୍କ ମୁଣ୍ଡରେ ଏବେ ଚଡକ ପଡିଲାଣି । ତେଣୁ ବର୍ଷାର ସଠିକ୍ ପରିମାଣ ଜଣାଇବାକୁ ମନ୍ତ୍ରୀଙ୍କୁ ବାଚସ୍ପତି ନିର୍ଦ୍ଦେଶ ଦିଅନ୍ତୁ ବୋଲି ସେ କହିଛନ୍ତି । ସେହିଭଳି ରାଜ୍ୟରେ ମେଗା ଲିଫ୍ଟ ପଏଣ୍ଟରେ ପାଣି ନଆସିବା ସହ ଅଧିକାଂଶ ଲିଫ୍ଟ ଇରିଗେସନ ପଏଣ୍ଟ, ଡିପ୍ ଇରିଗେସନ ପଏଣ୍ଟ ଅକାମି ଥିବା ପ୍ରସଙ୍ଗ ଉଠାଇଥିଲେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର। ଏଥିପାଇଁ ଚାଷୀ ଘୋର ଅସୁବିଧାର ସମ୍ମୁଖୀନ ହେଉଥିବା କଥା କହି ସରକାରଙ୍କୁ ଟାର୍ଗେଟ୍ କରିଥିଲେ ନିରସିଂହ। ତେବେ ରାଜ୍ୟରେ ମରୁଡ଼ି ସ୍ଥିତି ନେଇ ଗୃହରେ ରାଜସ୍ୱ ମନ୍ତ୍ରୀ ଉତ୍ତର ରଖିବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି।
ଏତଦ୍ ବ୍ୟତୀତ ବର୍ଷାକୁ ନେଇ ଚାଷୀକୂଳ ଏବେ ଚିନ୍ତାରେ ଥିଲେ ମଧ୍ୟ ଏଠାରେ ସରକାର ତାକୁ ମାନୁ ନାହାଁନ୍ତି ବୋଲି ନରସିଂହ ମିଶ୍ର କହିଛନ୍ତି । ଫଳରେ ଆସନ୍ତାକାଲି ମରୁଡି ତଥ୍ୟ ସହ ରିପୋର୍ଟ ଦେବାକୁ ବାଚସ୍ପତି ସରକାରୀ ଦଳର ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏତଦ୍ ବ୍ୟତୀତ ଋଣ ବୋଝରୁ ଚାଷୀ ଆତ୍ମହତ୍ୟା କରୁଥିବା ସଂସଦରେ ପ୍ରସନ୍ନ ଆଚାର୍ୟ୍ୟ କହିଛନ୍ତି ।