ଭୁବନେଶ୍ୱର (ଏଟିଆର ବ୍ୟୁରୋ); ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ହୋଇଥିବା ଓମ୍ ପ୍ରକାଶ ମିଶ୍ର ଇଭିଏମ ମେସିନ ଭାଙ୍ଗିବା ଏବଂ ପ୍ରିଜାଇଡିଙ୍ଗ୍ ଅଫିସରଙ୍କ ମାଡ ମାରିବା ଅଭିଯୋଗ ହୋଇଥିଲା । ତେବେ ଏହି ଘଟଣା ପରଠାରୁ ଓମ୍ ପ୍ରକାଶ କୁଆଡେ ଗାଏବ ହୋଇଯାଇଛନ୍ତି । ଯାହାକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି । ତେବେ ଆଜି ଓମ୍ ଫେସବୁକରେ ଏକ ଭିଡିଓ ଜାରି କରିବା ପରେ ମୋଡ ନୂଆ ରୂପ ନେଇଛି । ସେ ଫେରାର ହେବା ପରେ ପୁରୀ ପୋଲିସ କହିଥିଲା କି ସେ ଯଦି ଆତ୍ମସମର୍ପଣ ନକରନ୍ତି ତେବେ ତାଙ୍କୁ ପଳାତକ ଘୋଷଣା କରାଯିବ । ତେବେ ଗତକାଲି ଏଭଳି ଘୋଷଣା କରାଯିବା ପରେ ଆଜି ଓମ୍ ଭିଡିଓ ଜାରି କରିଛନ୍ତି ।
ଓମ୍ ପ୍ରକାଶ ମିଶ୍ର ଭିଡିଓରେ କହିଛନ୍ତି କି ୭ଟି ବୁଥ୍ରେ ରିଗିଂ ଏବଂ ବୋନଓ ଭୋଟିଂ ହେଉଥିଲା । ଏମିତିକି ମୃତ ବ୍ୟକ୍ତିଙ୍କ ନାମରେ ମଧ୍ୟ ଭୋଟ ଦିଆଯାଉଥିଲା । ବିଜେପି କର୍ମୀମାନେ ଭୋଟ ଦେବାକୁ ଆସିବା ପୂର୍ବରୁ ସେମାନଙ୍କ ନାମରେ ମଧ୍ୟ ମତଦାନ ହୋଇସାରିଥିବା ସେ ଭିଡିଓ ମାଧ୍ୟମରେ ଅଭିଯୋଗ କରିଛନ୍ତି । ଏଣୁ ଯେ ଯେଉଁମାନେ ଦୋଷୀ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ନିରପେକ୍ଷ ତଦନ୍ତରେ ଯଦି ସେ ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ଦଣ୍ଡ ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ଓମ ନିଜର ଭିଡ଼ିଓରେ ପ୍ରକାଶ କରିଛନ୍ତି ।
ସେ ଆହୁରି କହିଛନ୍ତି କି ୨୩ ତାରିଖ ଦିନ ବୀରକିଶୋରପୁର, ଜାଗୁଳେଇ ପଦର, ଗୋଛିଆ, ତେଲେଙ୍ଗାପଡ଼ା, ନୂଆଗାଁର ୭ ବୁଥରେ କ’ଣ ହୋଇଥିଲା ତାହାର ସମ୍ପୂର୍ଣ୍ଣ ତଦନ୍ତ କରିବାକୁ । ରାତି ୧୧ଟା ପର୍ୟ୍ୟନ୍ତ ସେଠାରେ ଶାସକ ଦଳର ବିଧାୟକ ପ୍ରାର୍ଥୀ ବସି ପ୍ରିଜାଇଡ଼ିଂ ଅଫିସରଙ୍କ ଉପରେ ଚାପ ପକାଇ ମୋ ନାଁରେ ଏଫଆଇଆର କରାଯାଇଛି । ଯେତେବେଳେ ମୁଁ ୭୮ ନମ୍ବର ବୁଥରେ ପହଁଚିଲି ବୁଥରେ ରିଗିଂ ଚାଲିଥିବା ଦେଖିବାକୁ ପାଇଥିଲେ । ସ୍କୁଲ ଗେଟ ସାମ୍ନାରେ ଜଣେ ଏଏସଆଇ ଅଛନ୍ତି । ବାହାରେ ଗଡ଼ିଶାଗୋଦା ଥାନା ଗାଡ଼ି ବି ଥିଲା । ସେଠାରେ ଏସଆଇଙ୍କ ସମେତ ପାଂଚ ସାତ ଜଣ କନଷ୍ଟେବଳ ବି ଉପସ୍ଥିତ ଥିଲେ । ଅପରପକ୍ଷରେ ତେଲେଙ୍ଗାପଡ଼ା ବୁଥରେ ମାଇକ୍ରୋ ଅବଜରଭର ଭୋଟ ସରିବା ପରେ ୨୦୦ରୁ ଉଦ୍ଧ୍ୱର୍ ଭୋଟ ନିଜେ ଦେଇଥିଲେ ।