ଇସଲାମାବାଦ(ଏଟିଆର ବ୍ୟୁରୋ): ସାରା ଦେଶରେ ଗତକାଲି ବଡଦିନ ପାଳନ କରାଯାଉଥିଲା । ଲୋକ ମାନେ ବହୁ ଉତ୍ସହରେ ଏହାକୁ ପାଳନ କରୁଥିଲେ । ଇତି ମଧ୍ୟରେ ପାକିସ୍ଥାନ ସେନା ମୁଖପାତ୍ର ଜେନେରାଲ ଆସିଫ ଗଫୁର ଏକ ବିବାଦୀୟ ଟ୍ୱିଟ କରିଛନ୍ତି । ସେ ଟ୍ୱିଟ କରି କହିଛନ୍ତି ପାକିସ୍ତାନ ଏବଂ ସାରା ଦୁନିଆର ଖ୍ରୀଷ୍ଟିଆନମାନଙ୍କୁ ଶୁଭେଚ୍ଛା । ଖାସ କରି ଓଡିଶା ପରି ରାଜ୍ୟ ଯିଏ ହିନ୍ଦୁତ୍ୱ ବିଚାରଧାରାରେ ପୀଡିତ । ଗଫୁରଙ୍କ ଏହି ଟ୍ୱିଟକୁ ନେଇ ବର୍ତ୍ତମାନ ଚାଡିଆଡେ ଚର୍ଚ୍ଚା ଜୋର ଧରିଛି । ତେବେ ଜେନେରାଲ ଗଫୁରଙ୍କ ଟ୍ୱିଟକୁ ଓଡିଶାର ସବୁ ଦଳର ସାଂସଦ ବିରୋଧ କରୁଛନ୍ତି ।
Very Merry Christmas to Christians in Pakistan, across the globe and especially to the the ones in the states of Odisha and alike under the Hindutva obsessed environment.#MerryChristmas#BeginningOfEnd pic.twitter.com/XFOnUjnMz6
— Asif Ghafoor (@peaceforchange) December 25, 2019
ବିଜେଡି ସାଂସଦ ସସ୍ମିତ ପାତ୍ର ଏହାକୁ ଦୃଢ ବିରୋଧ କରିଛନ୍ତି । ସସ୍ମିତ କହିଛନ୍ତି ଯେ, ନିଜ ଦେଶର ଖରାପ ପରିସ୍ଥିତି ଓ ଆତଙ୍କବାଦୀମାନଙ୍କୁ ପ୍ରଶୟ ଦେବା ଉପରେ ଦୃଷ୍ଟି ଦିଅନ୍ତୁ । ପାକିସ୍ତାନ ସଂଖ୍ୟା ଲଘୁ ଧର୍ମର ଥିବା ଲୋକ ମାନଙ୍କୁ ସୁରକ୍ଷା ଦେବା ପାଇଁ କାର୍ଯ୍ୟ କରନ୍ତୁ ବୋଲି ସସ୍ମିତ କହିଛନ୍ତି । ଏହା ସହ ଓଡିଶାରେ ସବୁ ଧର୍ମର ଲୋକ ଏକାଠି ଖୁସୀରେ ଅଛନ୍ତି । ଏହା ଶାନ୍ତିପ୍ରିୟ ରାଜ୍ୟ ବୋଲି ସେ କହିଛନ୍ତି । ସୂଚନା ଅନୁସାରେ ପାକିସ୍ତାନରରେ ଖ୍ରୀଷ୍ଟ୍ରିଆନ ଏବଂ ହିନ୍ଦୁ ମାନଙ୍କର ସହ ଲଗାତାର ଭେଦଭାଗ ଏବଂ ଧାର୍ମିକ ଅତ୍ୟାଚାର କରାଯାଉଛି । ଧାର୍ମିକ କଟ୍ଟରପନ୍ଥ ଆଗରେ ସରକାରୀ ସଂସ୍ଥା ଗୁଡିକ ମଧ୍ୟ କ୍ଷମତା ଶୂନ୍ୟ ପରି ନଜର ଆସୁଛି । ସଂଖ୍ୟାଲଘୁଙ୍କୁ ନ୍ୟାୟ ଦେବାରେ ପାକିସ୍ତାନ ସରକାରୀ ସଂସ୍ଥା ବିଫଳ ହୋଇଥାଏ । ତେବେ ଭାରତ ବିରୋଧରେ ଗଫୁର ଟ୍ୱିଟ କରିବା କିଛି ନୂଆ କଥା ନୁହଁ ଆଗରୁ ମଧ୍ୟ ଏଭଳି ବିବାଦୀୟ ବୟାନ ଗଫୁର ଦେଇଛନ୍ତି ।
Please hear a young Christian MP from Odisha (since you referred to Odisha), slamming Pakistan's anti-minority barbarism before 170 countries this year at 141st Inter-Parliamentary Union, Belgrade. Christians in Odisha are safe, strong and empowered. Not butchered as in Pakistan! pic.twitter.com/hbAEBMylnt
— Dr. Sasmit Patra I ଡ଼ଃ ସସ୍ମିତ ପାତ୍ର (@sasmitpatra) December 25, 2019