ଭୁବନେଶ୍ୱର (ଏଟିଆର ବ୍ୟୁରୋ); ରାଜ୍ୟରେ ୪ଟି ପର୍ଯ୍ୟାୟରେ ୧୪୬ ଆସନ ପାଇଁ ମତଦାନ ସରିଛି । କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ର ପାଟକୁରା ନିର୍ବାଚନ ମଣ୍ଡଳୀରେ କେବଳ ମତଦାନ ବାକି ରହିଛି । ଏଣୁ ଏହି ଆସନ ଉପରେ ତିନି ପ୍ରମୁଖ ରାଜନୈତିକ ଦଳର ରହିଛି କଡା ନଜର । ବିଜେଡିର ଏହି ଗଡକୁ ଭାଙ୍ଗି ରେକର୍ଡ କରିବା ଲକ୍ଷ୍ୟରେ ରହିଛନ୍ତି ଦୁଇ ବିରୋଧୀ । ତେବେ ଏଠାରେ ବିଜେଡି ହାରିକି ଅଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ତୁଙ୍ଗ ନେତା ଧମେନ୍ଦ୍ର ପ୍ରଧାନ ।
ଧମେନ୍ଦ୍ର କହିଛନ୍ତି କି ବିଜେଡି ପାଟକୁରରେ ହାରିକି ଅଛି । ଏମିତିକି ରାଜ୍ୟରେ ମଧ୍ୟ ବିଜେପି ସରକାର ଗଠନ କରିବ । ଏଣୁ ନବୀନ ଭୟ କରିଯାଇଛନ୍ତି । ଯେଉଁ କାରଣରୁ ପାଟକୁରା ନିର୍ବାଚନ ତାରିଖକୁ ଘୁଞ୍ଚାଇବା ପାଇଁ ଇସିଙ୍କୁ ଭେଟିଛନ୍ତି । ଓଡିଶାରେ ବାତ୍ୟାକୁ ଦୃଷ୍ଟିରେ ରଖି ନବୀନ ଇସିଙ୍କୁ ଭେଟି ନିର୍ବାଚନ ଘୁଞ୍ଚଇବା ପାଇଁ ଅନୁରୋଧ କରିଛନ୍ତି । ତେବେ ପାଟକୁରାରେ ମେ’୧୯ରେ ନିର୍ବାଚନ ହେବ ବୋଲି ସୂଚନା ଦିଆଯାଇଥିଲା । ବାତ୍ୟା ଯଦିଓ ସେତେବେଳକୁ ସରିଯାଇଥିବ । ଏବଂ ନବୀନବାବୁ କହିଛନ୍ତି କି ବାତ୍ୟା ରାଜନଗରରେ ସ୍ଥଳଭାଗରେ ମାଡ଼ ହେବ । କିନ୍ତୁ ସମସ୍ତ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ପୁରୀର କୃଷ୍ଣପ୍ରସାଦ ବ୍ଲକରେ ବାତ୍ୟା ମାଡ଼ କରିବ । ଯାହାକି ପାଟକୁରା ଠାରୁ ୧୦୦ରୁ ୧୫୦ କିମି ଦୂର ।
ପାଟକୁରରେ ବିଜେଡି ପ୍ରଥମେ ବରିଷ୍ଠ ନେତା ବେଦପ୍ରକାଶ ଅଗ୍ରୱାଲଙ୍କୁ ଟିକେଟ ଦେଇଥିଲା । ନିର୍ବାଚନ ୯ଦିନ ପୂର୍ବରୁ ତାଙ୍କର ଦେହାନ୍ତ ହୋଇଥିଲା । ଫଳରେ ଏଠାରେ ନିର୍ବାଚନ ତାରିଖକୁ ମେ’୧୯କୁ ଘୁଞ୍ଚାଯାଇଛି । ବିଜେଡି ସ୍ୱର୍ଗତ ବେଦପ୍ରକାଶଙ୍କ ପତ୍ନୀ ସାବିତ୍ରୀଙ୍କୁ ପ୍ରାର୍ଥୀ କରିଛି । ଏଠାରେ ବିଜେପିର ତୁଙ୍ଗ ନେତା ତଥା ରାଜ୍ୟ ରାଜନୀତିର ଚର୍ଚ୍ଚିତ ଚେହେରା ବିଜୟ ମହାପାତ୍ର ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ବେଳେ କଂଗ୍ରେସ ଜୟନ୍ତଙ୍କୁ ଟିକେଟ ଦେଇଛି । ତିନି ହେବିୱେଟଙ୍କ ମଧ୍ୟରେ ଏଠାରେ ହେବ ପ୍ରତିଦ୍ୱନ୍ଦିତା ।