ଭୁବନେଶ୍ୱର (ଏଟିଆର ବ୍ୟୁରୋ); ରାଜ୍ୟରେ ୧୪୬ଟି ବିଧାନସଭା ଆସନରେ ମତଦାନ ସରିଥିବା ବେଳେ ବାକି ରହିଛି ପାଟକୁରା ଆସନ । ତେବେ ଏଠାରେ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଥିବା ବିଜୟ ମହାପାତ୍ର ଦମ୍ଭୋକ୍ତି ଦେଖାଇ କହିଛନ୍ତି କି ମୁଁ ସେଠାରେ ନିଶ୍ଚୟ ଜିତିବି । ସମସ୍ତେ ଚାହାଁନ୍ତି ମୁଁ ସେଠାରେ ଜିତେ । ଏମିତିକି ବିଜେଡି ନେତାମାନେ ମଧ୍ୟ ଚାହୁଁଛନ୍ତି କି ମୁଁ ଜିତେ । ତେବେ ଏଠାରେ କୌଣସି ଅନୁକମ୍ପା କାମ କରିବ ନାହିଁ । ମୋର ବିଜୟ ନିଶ୍ଚିନ୍ତ । ମୋତେ ଏଠାରେ ୮୦ ପ୍ରତିଶତ ମତଦାନ ମିଳିବ । ଏଭଳି ବୟାନ ଦେଇ ପୁଣିଥରେ ରାଜ୍ୟ ରାଜନୀତିକୁ ହଟଚମଟ କରିଛନ୍ତି ବିଜୟ ।
ପାଟକୁରା ନିର୍ବାଚନ ଶେଷର ହେବାକୁ ଥିବାରୁ ଏଠାରେ ବିଜୟ ପାଇଁ ସବୁ ଦଳ ଲାଗି ପଡିବେ । ଏଠାରେ ୧୧ ଜଣ ପ୍ରାର୍ଥୀ ହୋଇଥିଲେ ସୁଦ୍ଧା ତିନି ପ୍ରମୁଖ ରାଜନୈତିକ ଦଳ ମଧ୍ୟ ଲଢ଼େଇ ଜୋରଦାର ହେବ ବୋଲି ଅନୁମାନ କରାଯାଉଛି । ବିଜେଡି ଏଠାରେ ବେଦପ୍ରକାଶ ଅଗ୍ରୱାଲଙ୍କ ପତ୍ନୀଙ୍କୁ ପ୍ରାର୍ଥୀ କରିଛି । ସାବିତ୍ରୀ ପ୍ରଥମଥର ଲାଗି ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ପୂର୍ବରୁ ଯଦିଓ ସେ ସ୍ୱାମୀଙ୍କ ପାଇଁ ପ୍ରଚାର କରିଛନ୍ତି କିନ୍ତୁ କେବେ ନିର୍ବାଚନ ଲଢ଼ି ନାହାଁନ୍ତି । କଂଗ୍ରେସ ପକ୍ଷରୁ ଜୟନ୍ତ ପ୍ରାର୍ଥୀ ହୋଇଛନ୍ତି ।
ସୂଚନା ଯୋଗ୍ୟ, ପାଟକୁରାରେ ବିଜେଡି ବରିଷ୍ଟ ନେତା ବେଦପ୍ରକାଶ ଅଗ୍ରୱାଲଙ୍କୁ ପ୍ରାର୍ଥୀ କରିଥିଲା । ନିର୍ବାଚନ ୯ଦିନ ପୂବରୁ ତାଙ୍କର ଦେହାନ୍ତ ହୋଇଥିଲା । ଫଳରେ ଏଠାରେ ନିର୍ବାଚନକୁ ଘୁଞ୍ଚାଯାଇଛି । ମେ ୧୯ରେ ନିର୍ବାଚନ ହେବା ପାଇଁ କୁହାଯାଇଥିଲା । ତେବେ ଏଠାରେ କେବଳ ପ୍ରାର୍ଥୀ ଦେଇଛି । ଶେଷର ଏଠାରେ ନିର୍ବାଚନ ହେବାକୁ ଥିବାରୁ ସମସ୍ତଙ୍କ ନଜର ରହିଛି ଏହି ଆସନ ଉପରେ ।