ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଆସନ୍ତା ୨୦ ତାରିଖରେ କେନ୍ଦ୍ରାପଡା ଜିଲ୍ଲାର ପାଟକୁରା ନିର୍ବାଚନ ହେବ । ସବୁଦଳ ଏଠାରେ ନିଜର ବଳ କଷିବା ପାଇଁ ବାହାରି ପଡିଛନ୍ତି । ଏଠାରେ ବିଜେଡି ଏବଂ ବିଜୟଙ୍କ ମଧ୍ୟରେ କଡା ଟକ୍କର ହେବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ତେବେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ଟଙ୍କା ଦେଇ ଭୋଟ କିଣୁଛନ୍ତି ବୋଲି ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି ।
ଜଣେ ଲୋକଙ୍କୁ ସାବିତ୍ରୀ କଣ ଦେଉଛନ୍ତି ତାହା ଯଦିଓ ଭଲସେ ଜଣା ପଡୁନାହିଁ । କିନ୍ତୁ ସେ ଟଙ୍କା ଦେଇ ଭୋଟ କିଣୁଛନ୍ତି ବୋଲି ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସାବିତ୍ରୀଙ୍କ ଏହି ଫଟୋକୁ ସୋସିଆଲ ମିଡିଆର ଅନେକ ଗ୍ରୃପରେ ଭିନ୍ନ ଭିନ୍ନ ଟ୍ୟାଗ ଲାଇନ ଦେଇ ପୋଷ୍ଟ କରାଯାଉଥିବା ଦେଖିବାକୁ ମିଳୁଛି । ତେବେ ସବୁଠାରୁ ଚର୍ଚ୍ଚିତ ଫେସବୁକ ଗ୍ରୃପ ‘ଫେସବୁକ ନ୍ୟୁଜ ସର୍ଭିସ’ରେ ମଧ୍ୟ ଭାଇରାଲ ହେଉଛି ।
ଏହି ଫଟୋ ପୋଷ୍ଟ ହେବା ପରେ ୟୁଜର୍ସମାନେ ବିଭିନ୍ନ ପ୍ରକାର କମେଣ୍ଟ ଦେଉଛନ୍ତି । କିଏ ବିଜେଡିକୁ ନିନ୍ଦା କରୁଛି ତ ଆଉ କେହି ସେହି କଗଜଟି ଟଙ୍କା ନୁହେଁ ବୋଲି ମଧ୍ୟ କମେଣ୍ଟ ଦେଉଛନ୍ତି । ତେବେ କେତେକ ୟୁଜର୍ସ କମେଣ୍ଟ କରିଛନ୍ତି କି ଶାସକ ଦଳର ପ୍ରାର୍ଥୀ ହୋଇଥିବାରୁ ସେ ନିର୍ବାଚନ ଆଚରଣ ବିଧି ତାଙ୍କ ପାଇଁ ଲାଗୁ ନୁହେଁ । ତେବେ ସେ ଯାହା ବି ହେଉ ଏହି ଫଟୋ ପୋଷ୍ଟ ହେବା ପରେ ଏହା ଏବେ ଜୋରସୋରରେ ଭାଇରାଲ ହେବାରେ ଲାଗିଛି ।