ଭୁବନେଶ୍ୱର (ଏଟିଆର ବ୍ୟୁରୋ) ; ଦୀର୍ଘ ଦୁଇମାସ ଧରି ଆନ୍ଦୋଳନ ଜାରୀ କରିଥିଲେ ଆଇନଜିବୀମାନେ । କିନ୍ତୁ ଗତ କାଲି ବିଜେଡି ଲିଗାଲଫ୍ରଣ୍ଟର ଆଇନଜିବୀମାନେ କାର୍ଯ୍ୟରେ ଯୋଗ ଦେବା ପରେ ଆନ୍ଦୋଳନ ଜାରୀ ରଖିଥିବା ୧୨୦ ବାର ଆସୋସିଏସନର ଆଇନଜିବୀଙ୍କ ମଧ୍ୟରେ ମୁହାଁ ମୁହିଁ ହୋଇଥିବା ଦେଖିବାକୁ ମିଳିଛି । ଏହି ଆନ୍ଦୋଳନର କୈାଣସି ସ୍ଥାୟୀ ସମାଧାନ କରିବା ବଦଳରେ ରାଜ୍ୟ ସରକାର ଏଥିରେ ରାଜନୀତରି ଗୋଟି ଚଳାଉଥିବା ଭଳି ଏକ ସାଙ୍ଘାତିକ ଅଭିଯୋଗ କରିଛି ପ୍ରଦେଶ କଂଗ୍ରେସ । ସରକାରଙ୍କ ଏହି ରାଜନୀତି ପାଇଁ ବିଜେଡି ସରକାରକୁ ଘୋର ନିନ୍ଦା କରିଛନ୍ତି କଂଗ୍ରେସର ପ୍ରଭାବଶାଳି ନେତା ତାରାବାହିନୀ ପତି । ତେବେ ଏ ସବୁ ରାଜନୈାତିକ ଚକ୍ରବ୍ୟୁହରେ ଛନ୍ଦି ହୋଇ ଯାଇଛନ୍ତି ଅନେକ ନିର୍ଦ୍ଦୋଷ ଲୋକ । ଛୋଟ ଛୋଟ କେସରେ ଗିରଫ ହୋଇଥିବା ଲେକମାନେ ଜେଲରେ ସଢ଼ୁଛନ୍ତି । ଆଇନଜିବୀଙ୍କ ଆନ୍ଦୋଳନ ପାଇଁ ମଧ୍ୟ ଜେଲରେ କଏଦୀଙ୍କ ସଂଖ୍ୟା ବଢ଼ି ଫାଟିବାରେ ଲାଗିଛି ।
ଆନ୍ଦୋଳନର ସ୍ଥାୟୀ ସମାଧାନ ୨ ତାରିଖ ଭିତରେ ନ ହେଲେ ରାଜରାସ୍ତାକୁ ଓହ୍ଲାଇବ ବୋଲି ଏକ ପ୍ରେସମିଟରେ ପ୍ରଦେଶ କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହି ପ୍ରେସମିଟରେ ପିସିସି ମିଡିଆ ସେଲର ମୁଖ୍ୟ ସତ୍ୟପ୍ରକାଶ ନାୟକ, ମୁଖପାତ୍ର ବିଭୂପ୍ରସାଦ ତରାଇ,ସୁଦର୍ଶନ ଦାସ,ହିମାଶୁଂ ଲେଙ୍କା,ମନୋଜ ମହାପାତ୍ର, ନିଶିକାନ୍ତ ମିଶ୍ର, ରଜନୀ ମହାନ୍ତି,ଦୀପକ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ । ଆଇନଜିବୀଙ୍କ ଆନ୍ଦୋଳନ ପାଇଁ ରାଜ୍ୟର ବିଚାର ବ୍ୟବସ୍ଥା ଅଚଳ ଅବସ୍ଥାରେ ପଡି ରଡିଛି । ଏଣୁ ସରକାର ଏହାର ସ୍ଥାୟୀ ସମାଧାନ ଯଥାଶିଘ୍ର ନକଲେ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ପ୍ରଦେଶ କଂଗ୍ରେସ ।