ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଆସନରେ ବିଜେପି ଅଭିନେତ୍ରିରୁ ରାଜନେତ୍ରୀ ହୋଇଥିବା ପିଙ୍କି ପ୍ରଧାନଙ୍କୁ ଟିକେଟ ଦେଇଛି । ତେବେ ଏଠାରେ ନବୀନ ସରକାଙ୍କ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଥିବା ମନ୍ତ୍ରୀ ସୂର୍ଯ୍ୟପାତ୍ରଙ୍କ ସମୁଖୀନ ହେବାକୁ ପଡିବ । ଦୀର୍ଘ ବର୍ଷ ହେବ ସୂର୍ଯ୍ୟପାତ୍ର ସହଜରେ ଏହି ଆସନରୁ ଜିତି ଆସିଛନ୍ତି । କାରଣ ତାଙ୍କ ବିରୋଧରେ ସେମିତି କେହି ଟାଣୁଆଁ ନେତା ନିର୍ବାଚନ ଲଢ଼ି ନାହାଁନ୍ତି । ଯାହି ସୂର୍ଯ୍ୟଙ୍କ ବିଜୟ ସହଜର କାରଣ ହୋଇଥିଲା । କିନ୍ତୁ ଚଳିତ ନିର୍ବାଚନରେ ତାଙ୍କ ବିରୋଧରେ ବିଜେପି ପିଙ୍କି ପ୍ରଧାନଙ୍କୁ ମଇଦାନକୁ ଓହ୍ଲାଉଛି । ଏଣୁ ଏଥରକ ଦିଗପହଣ୍ଡିରେ କଡା ଟକ୍କର ହେବ ବୋଲି ଅନୁମାନ କରାଯାଇଛି ।
ବିଜେପି ମୁଖ୍ୟତଃ ଯୁବ ଭୋଟରଙ୍କ ଉପରେ ନଜର ରଖିବ । ଯେଉଁ କାରଣରୁ ଏଠାରେ ପିଙ୍କିଙ୍କ ଉପରେ ଦଳ ଭରଷା ରଖି ଟିକେଟ ଦେଇଛି ଦଳ । ପୂର୍ବରୁ ନିଜର ଅଭିନୟ ଜରିଆରେ ପିଙ୍କି ଯୁବକଙ୍କ ମନ କିଣି ସାରିଛନ୍ତି । ଏଣୁ ଯୁବକ ମାନଙ୍କ ଭୋଟ ହାତେଇବା ପିଙ୍କିଙ୍କ ପାଇଁ ସହଜ ହୋଇପାରେ ବୋଲି ଅନୁମାନ କରାଯାଇଛି । ଅପରପକ୍ଷରେ ସୂର୍ଯ୍ୟଙ୍କ ନଜର ରହିବ ନିର୍ବାଚନ ମଣ୍ଡଳୀରେ ବରିଷ୍ଟ ବ୍ୟକ୍ତିଙ୍କ ଉପରେ । ପୂର୍ବରୁ ତାଙ୍କର ସଂଗଠନ ମଧ୍ୟ ନିର୍ବାଚନ ମଣ୍ଡଳୀରେ ଭଲ ରହିଛି । କିନ୍ତୁ କେତେକ ଦୁର୍ନୀତିରେ ମଧ୍ୟ ତାଙ୍କ ନାମ ଉଠିଥିବାରୁ ସୂର୍ଯ୍ୟଙ୍କ ବିଜୟ ଏତେ ସହଜ ନୁହେଁ ବୋଲି ଅନୁମାନ କରାଯାଇଛି । ଯାହାକି ବିଜେପିର ପ୍ଳସ ପଏଣ୍ଟ ହେବ ବୋଲି କୁହାଯାଉଛି ।