ଭୁବନେଶ୍ୱର (ଏଟିଆର ବ୍ୟୁରୋ):ପରଲୋକରେ ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ଏବଂ ବରିଷ୍ଠ ବିଜେଡି ନେତା ପ୍ରଦୀପ ମହାରଥୀ। ରାତି ୨ଟା ୩୬ ମିନିଟରେ ଚିକିତ୍ସାଧୀନ ଅବସ୍ଥାରେ ମହାରଥୀଙ୍କର ପରଲୋକ । ଛାତ୍ର ରାଜନିତୀରୁ ରାଜନିତୀକ ଜୀବନ ଆରମ୍ଭ କରିଥିବା ମହାରଥୀ ସାତ ସାତ ଥର ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଓଡ଼ିଶା ରାଜନିତୀରେ ମହାରଥୀ ଥିଲେ ଜଣେ ସ୍ପଷ୍ଟବାଦୀ ରାଜନେତା । ତାଙ୍କର ହୃଦୟ ଖୋଲା କଥା ପାଇଁ ସେ ବେଶ ଲୋକପ୍ରିୟ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ 65 ବର୍ଷ ହୋଇଥିଲା ।
ସେ ଗତ ସେପ୍ଟେମ୍ବର 24 ତାରିଖରେ କରନା ପାଇଁ ଚିକିତ୍ସା ହେବା ପାଇଁ ଚିକିତ୍ସାଳୟରେ ଭର୍ତି ହୋଇଥିଲେ। ପରେ ସୁସ୍ଥ ହୋଇଥିଲେ । ମାତ୍ର ପରେ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ପୁଣି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଗତକାଲି ରାତିରେ ଚିକିତ୍ସା ଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ମୃତୁ ବେଳକୁ ତାଙ୍କ ନିକଟରେ ପତ୍ନୀ, ପୁତ୍ର ଓ ଝିଅ ଉପସ୍ଥିତ ଥିଲେ । ଆଜି ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ।