ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଗତକାଲି ନିର୍ବାଚନୀ ଫଳାଫଳ ବାହାରିଛି । ରାଜ୍ୟର ବହୁ ହେବିୱେଟଙ୍କୁ ପରାଜୟ ସ୍ୱୀକାର କରିବାକୁ ପଡିଛି । ଯେଉଁମାନେ କି ନିଶ୍ଚିନ୍ତ ବିଜୟ ହେବେ ବୋଲି ଆଶା କରାଯାଉଥିଲା ସେମାନେ ଶେଷରେ ପରାଜୟକୁ ବହୁ ପାଖରୁ ଦେଖିଛନ୍ତି । ତେବେ ଆସନ୍ତୁ ଜାଣିବା କେଉଁସବୁ ହେବିୱେଟ ହାରିଛନ୍ତି ।
ବୈଜୟନ୍ତ ପଣ୍ଡା-କେନ୍ଦ୍ରାପଡା ଲୋକସଭା ଆସନରେ ନିକଟତମ ପ୍ରତିଦ୍ୱନ୍ଦୀ ଅନୁଭବ ମହାନ୍ତିଙ୍କଠାରୁ ପରାଜୟ ହୋଇଛନ୍ତି ।
ସମ୍ବିତ ପାତ୍ର-ପୁରୀ ଲୋକସଭା ଆସନରୁ ବିଜୟ ହେବାର ଆଶା ଅଧିକ ଥିଲା । ଶେଷ ପର୍ଯ୍ୟନ୍ତ ଲଢ଼େଇ ଜୋରଦାର ହୋଇଥିଲା । କିନ୍ତୁ ଶେଷରେ ପିନାକୀ ମିଶ୍ର ପୁଣିଥରେ ବିଜୟ ଟିକା ପିନ୍ଧିଛନ୍ତି ।
ସଂଜୟଦାଶ ବର୍ମା-ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀ ହୋଇଥିଲେ । ଲୁଲୁ ମହାପାତ୍ରଙ୍କ ଭାଇ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କଠାରୁ ପରାଜୟ ହୋଇଛନ୍ତି ।
ମହେଶ୍ୱର ମହାନ୍ତି-ପୁଣୀ ବିଧାନସଭା ଆସନରେ ଲଗାତାର ଭାବେ ବିଜୟ ହୋଇ ଆସୁଥିଲେ କିନ୍ତୁ ଚଳିତ ବର୍ଷ ସେ ବିଜେପିର ଜୟନ୍ତ ଷଢ଼ଙ୍ଗୀ ବିଜୟ ହୋଇଛନ୍ତି ।
ରବିନ୍ଦ୍ର ଜେନା-ବାଲେଶ୍ୱର ଲୋକସଭା ଆସନରେ ୨୦୧୪ରେ ବିଜୟ ହୋଇଥିଲେ । କିନ୍ତୁ ଏଥରକ ସେ ବିଜେପି ନେତା ପ୍ରତାପ ଷଢ଼ଙ୍ଗୀଙ୍କଠାରୁ ପରାଜୟ ହୋଇଛନ୍ତି ।
ପୃଥୀରାଜ ହରିଚନ୍ଦନ-ଚିଲିକା ନିର୍ବାଚନ ମଣ୍ଡଳୀରେ ବିଜେଡିର ପ୍ରସାନ୍ତ ଜଗଦେବଙ୍କ ସହ ପ୍ରତିଦ୍ୱନ୍ଦିତା କରିଥିଲେ ବିଜେପିର ଏହି ହେବିୱେଟ ନେତା । କିନ୍ତୁ ସେ ପରାଜୟ ବରଣ କରିଛନ୍ତି ।
ନିରଞ୍ଜନ ପଟ୍ଟନାୟକ-ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦୁଇଟି ଆସନରୁ ନିର୍ବାଚନ ଲଢ଼ିଥିଲେ କିନ୍ତୁ ସେ ଦୁଇଟିଯାକ ଆସନରୁ ପରାସ୍ତ ହୋଇଛନ୍ତି ।
କେଭି ସିଂହଦେଓ-ବିଜେପିର ଚର୍ଚ୍ଚିତ ଚେହେରା । ସେ ଚଳିତ ବର୍ଷ ପରାଜୟ ବରଣ କରିଛନ୍ତି ।