ଭୁବନେଶ୍ୱର (ଏଟିଆର ବ୍ୟୁରୋ); ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କୁ ନେଇ ସୃଷ୍ଟି ହୋଇଛି ଦ୍ୱନ୍ଦ । ଚଳିତ ନିର୍ବାଚନରେ ଦଳ ତାଙ୍କ ଉପରେ ଭରଷା କରି ଟିକେଟ ଦେବ କି ନାଇଁ ଏହି କଥାକୁ ନେଇ ସବୁଠି ଆରମ୍ଭ ହୋଇଛି ଚର୍ଚ୍ଚା । ପିପିଲି ଗଣଦୁଷ୍କର୍ମର ଶିକାର ହୋଇଥିବା ବେବିନା କେସରେ ବିବାଦୀୟ ମନ୍ତବ୍ୟ ଦେଇ ବିବାଦ ଘେରକୁ ଟାଣି ହୋଇଥିଲେ ମହାରଥୀ । ଶେଷରେ ମନ୍ତ୍ରୀ ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ ମହାରଥୀ । ଏଣୁ ଚଳିତ ନିର୍ବାଚନରେ ତାଙ୍କୁ ଦଳ ଭରଷା କରି ଟିକେଟ ଦେବ କି ନାଇଁ ଏହାକୁ ନେଇ ସମସ୍ତଙ୍କ ମନରେ ଉଠିଛି ପ୍ରଶ୍ନବାଚୀ ।
ମହିଳାଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହିଥିଲେ ମହାରଥୀ । ଗୋଟିଏ ପରେ ଗୋଟିଏ ମନ୍ତବ୍ୟ ଦେଇ ବିବାଦ ଘେରରେ ରହିଥିବାରୁ ଚଳିତ ନିର୍ବାଚନରେ ଟିକେଟ ପାଇବା ତାଙ୍କ ପାଇଁ ଏତେ ସହଜ ହେବ ନାହିଁ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ମହାରଥୀଙ୍କ ସ୍ଥାନରେ ତାଙ୍କ ପତ୍ନୀ କିମ୍ବା ପୁଅଙ୍କୁ ଟିକେଟ ମିଳିପାରେ ବୋଲି ଶୁଣିବାକୁ ମିଳୁଛି । କାରଣ ଏଥରକ ବହୁ ନେତାଙ୍କ ଟିକେଟ କାଟି ବିଜେଡି ପୁଅ ଏବଂ ପତ୍ନୀଙ୍କୁ ଦେଇଛି । ଏଣୁ ମହାରଥୀଙ୍କ କ୍ଷେତ୍ରରେ ମଧ୍ୟ ଏଭଳି ଘଟିପାରେ ବୋଲି ଚର୍ଚ୍ଚା ହେଉଛି ।
ପିପିଲିରେ ଲଗାତାର ଜିତି ଆସୁଥିବାରୁ ମହାରଥୀଙ୍କ ଲୋକପ୍ରିୟତା ଏବେ ମଧ୍ୟ ବଞ୍ଚି ରହିଛି । ତେବେ ଦଳରେ ହେବିୱେଟଙ୍କ ମଧ୍ୟରେ ସେ ମଧ୍ୟ ଅନ୍ୟତମ । ଏଣୁ ପୁଣିଥରେ ଟିକେଟ ପାଇବା ଆଶାରେ ରହଛନ୍ତି ସେ । ପତ୍ନୀ ଏବଂ ସ୍ତ୍ରୀଙ୍କୁ ନଦେଇ ନିଜେ ଟିକେଟ ପାଇବେ ବୋଲି ତାଙ୍କ ନିକଟତମ ସମର୍ଥକମାନେ କହିଛନ୍ତି । ପୁରୀ ଜିଲ୍ଲାର ଅନ୍ୟ ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇଥିବା ପିପିଲି ଆସନ ଝୁଲାରେ ରହିଥିବାରୁ ସମସ୍ତଙ୍କ ମନରେ ବିଭିନ୍ନ ପ୍ରକାର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଦଳର ସୁପ୍ରିମୋଙ୍କ ନିଷ୍ପତି ଆଗାମି ଦିନରେ କଣ ହେବ ତାଉପରେ ସମସ୍ତଙ୍କ ନଜର ।