ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଓଡିଶା ବିଧାନସଭାର ବାଚସ୍ପତି ନିର୍ବାଚନ ପାଇଁ ପ୍ରାର୍ଥୀ ପ୍ରମିଳା ମଲ୍ଲିକ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ନାମାଙ୍କନ ଦାଖଲ କରିବା ସମୟରେ ବିଜେଡିର ମନ୍ତ୍ରୀ ଓ ବିଧାୟକମାନେ ଉପସ୍ଥିତ ଥିଲେ । ।
ପ୍ରାର୍ଥୀ ପତ୍ର ଦାଖଲ କରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ ପ୍ରମିଳା ମଲ୍ଲିକ । ଆସନ୍ତାକାଲି ସକାଳ ସାଢେ ୯ଟାରେ ହେବ ବାଚସ୍ପତି ନିର୍ବାଚନ । ପ୍ରମିଳା ମଲ୍ଲିକ ହେବେ ବିଧାନସଭାର ପ୍ରଥମ ମହିଳା ବାଚସ୍ପତି ।
ରାଜସ୍ୱ, ବିପର୍ଯ୍ୟୟ ପରିଚାଳନା ଓ ଅନ୍ୟାନ୍ୟ ବିଭାଗର ମନ୍ତ୍ରୀ ଥିଲେ ପ୍ରମିଳା । ମନ୍ତ୍ରୀ ପଦରୁ ଆଜି ଇସ୍ତଫା ଦେବା ପରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତିି ।