ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଆଉ ମାତ୍ର ଦୁଇ ଦିନ ପରେ କେନ୍ଦ୍ରାପଡାରେ ମତଦାନ ହେବ । ତେବେ ଚଳିତ ବର୍ଷ ନିର୍ବାଚନ ପ୍ରଥମରୁ ରହିଆସିଛି ଏହି ସଂସଦୀୟ କ୍ଷେତ୍ର । ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା ବିଜେପିରେ ଯୋଗ ଦେବା ପରେ କେନ୍ଦ୍ରାପଡାରେ ବଦଳିଯାଇଛି ରାଜନୈତିକ ସମୀକରଣ । ଏଠାରେ ତିନି ପ୍ରମୁଖ ରାଜନୈତିକ ଦଳ ଜନତାଙ୍କ ମନମୋହିବା ପାଇଁ ଚେଷ୍ଟା କରୁଛନ୍ତି । କେନ୍ଦ୍ରାପଡା ଲେକ୍ସଭା ଆସନକୁ ନେଇ ବହୁ ରାଜେନ÷ତିକ ବିଷାରଦମାନେ ମଧ୍ୟ ପୂର୍ବରୁ ନିଜର ମତଦେଇଛନ୍ତି । ତେବେ ଆଜି କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ କହିଛନ୍ତି କି କେନ୍ଦ୍ରାପଡାରେ ବିଜେପି ନିଶ୍ଚୟ ବିଜୟ ହେବ । ଏବଂ ଏହି ବିଜୟ ଇତିହାସ ରହିବ । ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଏଭଳି କହିଛନ୍ତି ଧମେନ୍ଦ୍ର ପ୍ରଧାନ ।
କେନ୍ଦ୍ରାପଡାରେ ତିନି ପ୍ରମୁଖ ରାଜନୈତିକ ଦଳର ହେବିୱେଟଙ୍କ ମଧ୍ୟରେ ଲଢ଼େଇ ହେବାକୁ ଯାଉଛି । ବିଜେପି ବୈଜୟନ୍ତଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେଡି ଅନୁଭବଙ୍କ ଉପରେ ଭରଷା କରି ଟିକେଟ ଦେଇଛି । ଅପରପକ୍ଷରେ ଦୁଇ ବିରୋଧୀଙ୍କୁ କଡା ଟକ୍କର ଦେବା ପାଇଁ କେନ୍ଦ୍ରାପଡା ମାଟିର ପୁଅ ଧରଣୀଧରଙ୍କ ମଇଦାନକୁ ପଠାଇଛି । ଧରଣୀଧର ଏବଂ ବୈଜୟନ୍ତ ଏଠାରେ ପୂର୍ବରୁ ଲଢ଼ିଛନ୍ତି । କିନ୍ତୁ ଏଠାରେ ପ୍ରଥମ ଥର ଲାଗି ନିର୍ବାଚନକୁ ଓହ୍ଳାଇଛନ୍ତି ଅନୁଭବ । ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକୁ ନେଇ ସେ ଜନସାଧାରଣଙ୍କ ପାଖରେ ପହଁଞ୍ଚୁଛନ୍ତି । ତେବେ କେନ୍ଦ୍ରାପଡାରୁ ଲାତାର ବୈଜୟନ୍ତ ବିଜୟ ହୋଇଥିବାରୁ ପୁଣିଥରେ ଏହି ଧାରା ବଜାୟ ରଖିବେ ବୋଲି କହିଛନ୍ତି ଧମେନ୍ଦ୍ର ।
ଆଜି ଆୟୋଜିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ବୈଜୟନ୍ତ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ପୂର୍ବରୁ ଯେଭଳି କଟାକ୍ଷ କରୁଥିଲେ ଆଜି ମଧ୍ୟ ସେହି ଢ଼ଙ୍ଗରେ ଟାର୍ଗେଟ କରିଛନ୍ତି । ଧମେନ୍ଦ୍ର କହିଛନ୍ତି କି ବିଜେଡି କେନ୍ଦ୍ରାପଡାରେ ଗୁଣ୍ଡଗିରି କରୁଛି । ଦେଶରେ ମୋଦି ଲହର ଚାଲିଥିବା ବେଳେ ନବୀନଙ୍କ ପାଦ ତଳୁ ମାଟି ଖସିଯାଉଛି । ତେବେ ରାଜ୍ୟ ସରକାରଙ୍କ ମନମୁଖୀ ଶାସନର ଉଚିତ ଜବାବ ଦେବେ ରାଜ୍ୟ ବାସୀ ।