ଭୁବନେଶ୍ୱର (ଏଟିଆର ବ୍ୟୁରୋ); ବୁଧବାର ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତିି କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ବରଗଡ ଜିଲ୍ଲାରେ କର୍ମୀ ସମ୍ମିଳନୀ କରିବେ ରାହୁଲ । ନିର୍ବାଚନ ପୂର୍ବରୁ କର୍ମୀଙ୍କୁ କର୍ଣ୍ଣମନ୍ତ୍ର ଦେବେ ବୋଲି ସୂଚନା ମିଳିଛି । ରାହୁଲ ଗତ ୮ ତାରିଖରେ ବରଗଡ ଆସିବା ପାଇଁ ସୁଚନା ଦେଇଥିଲା କଂଗ୍ରେସ । କିନ୍ତୁ ସେଦିନ ଜୟପୁରରେ ମହିଳା ଦିବସରେ ମହିଳାଙ୍କୁ ନେଇ ସମ୍ମିଳନୀ କରିଥିଲେ ରାହୁଲ । ପରେ ଚାଷୀଙ୍କୁ ଭେଟି ସେମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ । ତେବେ ଏଥର ରାହୁଲ ସଭାରେ କଣ କହିବେ ତା ଉପରେ ସମସ୍ତଙ୍କ ନଜର ।
ମାତ୍ର ୫ ଦିନର ବ୍ୟବଧାନରେ ରାହୁଲ ୨ଥର ଓଡିଶା ଗସ୍ତରେ ଆସୁଛନ୍ତି । ପୂର୍ବରୁ ଓଡିଶା ଗସ୍ତରେ ଆସି ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଉପରେ ବର୍ଷି ଥିଲେ ରାହୁଲ । ନବୀନ ଏବଂ ମୋଦି ସଲାସୁତରା ଶାସନ ଚଳାଉଛନ୍ତି । ନବୀନଙ୍କ ରିମୋର୍ଟ ମୋଦିଙ୍କ ହାତରେ ରହିଛି ସେ ଯାହା ଚାହିଁବେ ରାଜ୍ୟ ସରକାର ସେମିତି କରୁଛନ୍ତି ବୋଲି ରାହୁଲ କହିଥିଲେ । ଲଗାତାର ଓଡିଶା ଗସ୍ତରେ ଦଳର ହାଇକମାଣ୍ଡ ଆସୁଥିବାରୁ ଦଳୀୟ କର୍ମୀମାନେ ବେଶ ଖୁସି ଅଛନ୍ତି । ତେବେ ନିର୍ବାଚନ ତାରିଖ ଘୋଷଣା ହେବା ପରେ ରାହୁଲ ଓଡିଶା ଆସୁଥିବାରୁ ଦଳ ପାଇଁ ଲାଭ ଦାୟକ ।
ରାହୁଲଙ୍କ ଏହି ଗସ୍ତରେ ଓଡିଶାରେ ପ୍ରାର୍ଥୀ ଘୋଷଣା ହୋଇପାରେ ବୋଲି ଆଶା କରାଯାଉଛି । କାରଣ ପୂର୍ବରୁ କଂଗ୍ରେସ ସୂଚନା ଦେଇଥିଲା କି ବିଜେପି ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିବା ପୂର୍ବରୁ କଂଗ୍ରେସ ଆଗୁଆ ପ୍ରାର୍ଥୀ ଘୋଷଣା କରିବ । ଏଣୁ ଏଇ ଭିତରେ କଂଗ୍ରେସ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇପାରେ । ସେପଟେ ରାହୁଲ ଗସ୍ତ ଆସନ୍ତା ନିର୍ବାଚନରେ ଫରକ ପଡିପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ନିକଟରେ ରାହୁଲଙ୍କ ଚାଷୀକାର୍ଡ ପାଇଁ ୩ଟି ରାଜ୍ୟରେ ସରକାର ଗଢ଼ିଛି । ଏଣୁ ଓଡିଶା ଉପରେ ମଧ୍ୟ ଏହାର ପ୍ରଭାବ ପଡିପାରେ ବୋଲି ଆଶା କରାଯାଉଛି ।