ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ରେଭିନ୍ୟୁ ମିନିଷ୍ଟର ମହେଶ୍ୱର ମହାନ୍ତିଙ୍କ ପିଏଙ୍କୁ ମରଣାନ୍ତକ ଆକ୍ରମଣ । ରବିବାର ବିଳମ୍ବିତ ରାତିରେ ପିଏ ଭବାନୀ ସାହୁଙ୍କୁ ପୁରୀରେ କେତେକ ଦୁର୍ବୃତ ମରଣାନ୍ତକ ଆକ୍ରମଣ କରିଛନ୍ତିି ।
ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ହସପିଟାଲରେ ଭର୍ତି କରାଯାଇଛି । ଆକ୍ରମଣରେ ଭବାନୀଙ୍କ ହାତ ଓ ଶରୀରରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି । ତେବେ କିଏ ଓ କାହିଁକି ଏହି ଆକ୍ରମଣ କରିଛନ୍ତି ତାହା ସ୍ପଷ୍ଟ ହୋଇନଥିବା ବେଳେ ଏନେଇ ଅଧିକ ଖୋଳତାଡ ଚଳାଇଛି ପୁଲିସ । ରାଜନୈତିକ ଉଦ୍ଦେଶ୍ୟରେ ଏହି ଆକ୍ରମଣ କରାଯାଇଥିବା ଶୁଣିବାକୁ ମିଳୁଛି । ସୂଚନାଯୋଗ୍ୟ, ଫେବ୍ରୁଆରୀ ୨୧, ୨୦୧୪ରେ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କୁ ଗୁଳିମାଡ଼ ହୋଇଥିଲା ।