ଭୁବନେଶ୍ୱର (ଏଟିଆର ବ୍ୟୁରୋ); ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚିତ ଚେହେରା ହେଉଛନ୍ତି ରାଉରକେଲା ବିଧାୟକ ଦିଲୀପ ରାୟ । ତେବେ ଚଳିତ ନିର୍ବାଚନରେ ତାଙ୍କୁ ନେଇ ବହୁତ ଚର୍ଚ୍ଚା ହୋଇଥିଲେ ସୁଦ୍ଧା ସେ ଏବେ ସୁଦ୍ଧା କୌଣସି ଦଳରେ ଯୋଗ ଦେଇ ନାହାଁନ୍ତି । ଏଣୁ ସେ କେଉଁ ଦଳକୁ ଯିବେ ଏବଂ କାହାକୁ ସମର୍ଥନ ଜଣାଇବେ ତାଉପରେ ସମସ୍ତଙ୍କ ନଜର । ବିଜେପି ଶିବିର ଦିଲୀପଙ୍କ ପାଇଁ ସବୁବେଳେ ଖୋଲା ରହିଛି ବୋଲି ଶୁଣିବାକୁ ମିଳୁଛି । ତେବେ ସେ ବିଜେଡି ସହ ମଧ୍ୟ ଲିଙ୍କରେ ରହିଥିବା ଚର୍ଚ୍ଚା ହେଉଛି । ଏଣୁ ତାଙ୍କ ଗତି କେଉଁଆଡେ ହେବ ତାକୁ ନେଇ ଉଠିଛି ପ୍ରଶ୍ନବାଚୀ ।
କେନ୍ଦ୍ର ସରକାର ଦେଇଥିବା ପ୍ରତିଶୃତି ପୂରଣ ନହେବାରୁ ବିଜେପିକୁ ବାଏ ବାଏ କହିଥିଲେ ଦିଲୀପ । ପରବର୍ତ୍ତୀ ସମୟରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବାସ ଭବନରେ ଭେଟିବା ସହିତ କଥା ହୋଇଥିଲେ ଦିଲୀପ । କିନ୍ତୁ ଇତି ମଧ୍ୟରେ ବହୁଦିନ ବିତି ଯାଇଥିଲେ ସୁଦ୍ଧା ସେ ବିଜେଡିରେ ଯୋଗ ଦେଇନାହାଁନ୍ତି । ଦିଲୀପଙ୍କ ସହ ବିଜେପି ଛାଡି ଥିବା ବିଜୟ ମହାପାତ୍ର ପୁଣିଥରେ ବିଜେପିରେ ଯୋଗ ଦେଇଛନ୍ତି । ଏଣୁ ଦିଲୀପ ପୁଣିଥରେ ବିଜେପିରେ ଯୋଗ ଦେବେ ବୋଲି ଶୁଣିବାକୁ ମିଳୁଛି ।
ରାଉରକେଲା ଆସନ ପାଇଁ ତିନି ପ୍ରମୁଖ ରାଜନୈତିକ ଦଳ ପ୍ରାର୍ଥୀ ଘୋଷଣା କରିସାରିଲେଣି । ପୂର୍ବରୁ ଦିଲୀପ ମଧ୍ୟ ଘୋଷଣା କରିଥିଲେ କି ସେ ନିର୍ବାଚନ ଲଢ଼ିବେ ନାହିଁ । କିନ୍ତୁ କୌଣସି ଦଳରେ ଯୋଗ ଦେଇନଥିବାରୁ ତାଙ୍କ ସମର୍ଥନ କାହା ସପକ୍ଷରେ ଯିବ ତାଉପରେ ସମସ୍ତଙ୍କ ନଜର । ରାଉରକେଲାରେ ନିଜସ୍ୱ ଭୋଟବ୍ୟାଙ୍କ ରହିଛି ଦିଲୀପଙ୍କର । ଏଣୁ ତାଙ୍କ ସର୍ପୋଟ ଯେଉଁ ପ୍ରାର୍ଥୀଙ୍କୁ ରହିବେ ସେ ନିଶ୍ଚିନ୍ତ ବିଜୟ ହେବ ବୋଲି ୁଚର୍ଚ୍ଚା ହେଉଛି ।