ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଓଡିଶା ରାଜନୀତିର ପିତାମହ କୁହାଯାଉଥିବା ଦାମଙ୍କୁ ନେଇ ଗତକାଲିଠାରୁ ଆରମ୍ଭ ହୋଇଛି ବିଭିନ୍ନ କଳ୍ପନା ଜଳ୍ପନା । ସେ ବିଜେପିରେ ଯୋଗ ଦେବେ ବୋଲି ଚର୍ଚ୍ଚା ଜୋର ଧରିଛି । ଗତକାଲି ହଠାତ ଦିଲ୍ଲୀ ଯାଇ ଧମେନ୍ଦ୍ରଙ୍କ ଭେଟିବା ପରେ ବିଜେପିରେ ମିଶି ପାରନ୍ତି ବୋଲି କୁହାଯାଉଛି । ଆଉ ଷ୍ଣ ଦିନ ଭିତରେ ଏହା ସ୍ପଷ୍ଟ ହୋିଯିବ ବୋଲି ଦାମ କହିଛନ୍ତି । ତେବେ ପୁଅ ବିଜେଡିରେ ସକ୍ରୀୟ କର୍ମୀ ଥିବାରୁ ବାପାଙ୍କ ନିଷ୍ପତି ପୁଅର କ୍ୟାରିୟର ଉପରେ ପ୍ରଭାବ ପକାଇବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ତେବେ ବାପାଙ୍କ ନିଷ୍ପତିକୁ ନେଇ ସମ୍ଭିତ କହିଛନ୍ତି କି ବାପା ଏବେ ସ୍ୱାଧୀନ ଅଛନ୍ତି । ଏଣୁ ନିଜସ୍ୱ ନିଷ୍ପତି ନେବା ତାଙ୍କ ନିଜ ଉପରେ ନିର୍ଭର କରେ । କିନ୍ତୁ ନିଷ୍ପତି ନେବା ପୂର୍ବରୁ ପୁଅର ଭବିଷ୍ୟତ ଟିକେ ଚିନ୍ତା କରିବେ ବୋଲି ସମ୍ଭିତ କହିଛନ୍ତି ।
ଦାମ ବିଜେଡିରୁ ତଡା ଖାଇଥିଲେ ସୁଦ୍ଧା ପୁଅ ଏବେ ମଧ୍ୟ ଜଣେ ସକ୍ରିୟ କର୍ମୀ ଭାବରେ ବିଜେଡିରେ କାମ କରି ଆସୁଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କୁ ଯେଉଁ କାମ ଦେଉଛନ୍ତି ସେ ସୁଚାରୁ ରୂପେ କରିବା ପାଇଁ ପ୍ରୟାସ କରୁଛନ୍ତି । ତେବେ ସେ ଚଳିତ ନିର୍ବାଚନରେ ପାରାଦୀପରୁ ବିଜେଡି ଟିକେଟ ପାଇଁ ଦାବିଦାର ବୋଲି ସାଧାରଣ ମହଲରେ ଚର୍ଚ୍ଚା ହେଉଛି । କିନ୍ତୁ ଦଳୀୟ ଟିକେଟ ମିଳିବ କି ନାଇଁ ତାହା ସମୟ କହିବ । ଯଦି ଦାମ ବିଜେପିରେ ଯୋଗ ଦିଅନ୍ତି ଏବଂ ବିଜେପି ଟିକେଟରେ ଏଠାରେ ଲଢ଼ନ୍ତି ତେବେ ବିଜେଡି ଯଦି ଚାଲାକ କରି ପୁଅ ସମ୍ବିତକୁ ସେଠାରେ ଟିକେଟ ଦିଏ ତେବେ ବାପ-ପୁଅ ମଧ୍ୟରେ ଲଢ଼େଇ ହେବ ।
ସୂଚନା ଯୋଗ୍ୟ,ଶନିବାର ଅଚାନକ ଦାମ ଦିଲ୍ଲୀ ଯାଇ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କୁ ତାଙ୍କ ବାସ ଭବନରେ ଭେଟିଥିଲେ । ଏବଂ ବିଜେପିରେ ମିଶିବା ପାଇଁ ସର୍ତ୍ତ ରଖିଛନ୍ତି । ଯିଏ ନବୀନଙ୍କୁ ହରାଇବା ପାଇଁ ଲଢ଼ିବ ମୁଁ ତାକୁ ସମର୍ଥନ କରିବି ବୋଲି ସେ କହିଛନ୍ତି । ତେବେ ପୂର୍ବରୁ ଦାମଙ୍କୁ କଂଗ୍ରେସରେ ସାମିଲ ହେବା ପାଇଁ ଅଫର ଆସିଥିଲା । କଂଗ୍ରେସକୁ ମଧ୍ୟ ସମାନ ର୍ତ୍ତ ରଖିଥିବା କହିଛନ୍ତି ଦାମ ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024