ଭୁବନେଶ୍ୱର (ଏଟିଆର ବ୍ୟୁରୋ); ପଞ୍ଚମଥର ଲାଗି ଓଡିଶାର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ମନ୍ତ୍ରୀ ମଣ୍ଡଳ ଗଠନପ ହେବା ଦିନଠାରୁ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ପଞ୍ଚମ ପାଳିରେ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇଥିବା ନୂଆ ମନ୍ତ୍ରୀମାନେ ଆକ୍ସନମୁଡରେ ଥିବା ନଜରକୁ ଆସିଛନ୍ତି । ମହିଳା ଶିଶୁ ବିକାଶ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ପରେ ଏବେ ଚର୍ଚ୍ଚାରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ଆଜି ବୋର୍ଡ ଅଫିସକୁ ଯାଇ ପରିଦର୍ଶନ କରିବା ସହିତ ବହୁ ଗୁରୁତ୍ୱପୂର୍ଣ୍ଣ କଥା ମଧ୍ୟ ହୋଇଛନ୍ତି ମନ୍ତ୍ରୀ ।
ଚଳିତ ବର୍ଷ ମେଟ୍ରିକରେ ୮୨ ସ୍କୁଲରେ ରେଜଲ୍ଟ ଶୂନ ହୋଇଥିଲା । ଯାହାକୁ ନେଇ ବିରୋଧୀମାନେ ସରକାରଙ୍କୁ ପ୍ରଶ୍ନବାଣ ଛାଡିବା ସହିତ ସମାଲୋଚନା ମଧ୍ୟ କରିଥିଲେ । ତେବେ ଏହାପରେ ସରକାର ସଜାଗ ହେବା ସହିତ ଗଣଶିକ୍ଷା ମନ୍ତ୍ରୀ ମଧ୍ୟ ଆକ୍ସନ ମୁଡକୁ ଆସିଥିବା ଦେଖିବାକୁ ମିଳିଛି । ଫଳାଫଳ ଶୂନ ହୋଇଥିବା ୮୨ ସ୍କୁଲକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନୋଟିସ କରାଯାଇଛି ।
ଏହି ସବୁ ସ୍କୁଲରେ ନିଜେ ମନ୍ତ୍ରୀ ଯାଇ ବୁଲି ଆସିବେ । ଏବଂ କେଉଁ କାରଣରୁ ରେଜଲ୍ଟ ଜିରୋ ହୋଇଛି ସେ ସମ୍ପର୍କରେ ମଧ୍ୟ ଆଲୋଚନା କରିବେ । ସେ ଆହୁରି କହିଛନ୍ତି,“ ପରୀକ୍ଷାରେ ସଂସ୍କାର ପାଇଁ ତର୍ଜମା ଆରମ୍ଭ ହୋଇଛି। ଅବସରପ୍ରାପ୍ତ ଶିକ୍ଷକ ଓ ଶିକ୍ଷାବିତ୍ ମାନଙ୍କୁ ନେଇ ଆଲୋଚନା ଜାରି ରହିଛି । ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ରୁଚିକୁ ନଜରରେ ରଖି ସ୍ପୋକନ ଇଂରାଜୀ ପାଠ୍ୟକ୍ରମ ସାମିଲ କାରିଯବା ନେଇ ଯୋଜନା ଚାଲିଛି।” ’