ଭୁବନେଶ୍ୱର (ଏଟିଆର ବ୍ୟୁରୋ); ପାଖେଇ ଆସୁଛି ନିର୍ବାଚନ । ସବୁଠି ବହୁଛି ନିର୍ବାଚନୀ ହାୱା । ରାଜ୍ୟରେ ଘଟୁଥିବା ପ୍ରତ୍ୟେକଟି ଘଟଣାକୁ ନେଇ ରାଜନୀତି କରାଯାଉଥିବା ଦେଖିବାକୁ ମିଳୁଛି । ପ୍ରତ୍ୟକଟି ଘଟଣାକୁ ନେଇ ରାଜନୈତିକ ଦଳମାନଙ୍କ ମଧ୍ୟରେ କାଦୁଅ ଫିଙ୍ଗାଫିଙ୍ଗି ଚାଲୁଛି । ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି । ନବ ନିର୍ମାଣ କୃଷକ ସଂଗଠନ ୨୧ ତାରିଖରେ ଓଡିଶା ବନ୍ଦ ଡାକରା ଦେଇଥିଲା । ଏହାକୁ ନୈତିକ ସମର୍ଥନ ଜଣାଇଥିଲେ ବିଜେପି ଏବଂ କଂଗ୍ରେସ । ଯାହାକୁ ନେଇ ସମାଲୋଚନା କରିଛନ୍ତିି ଅର୍ଥମନ୍ତ୍ରୀ ଶଶୀ ଭୂଷଣ ବେହେରା । ଆସନ୍ତା କାଲିଠାରୁ ଆରମ୍ଭ ହେବାକୁ ଯାଉଛି ମ୍ୟାଟ୍ରିକ ପରୀକ୍ଷା । ଛାତ୍ର ଛାତ୍ରୀମାନେ ପଢ଼ା ପଢ଼ି କରୁଥିବା ବେଳେ ପୋଡା ଜଳା ଏବଂ ଅଶାନ୍ତ ପରିବେଶ ଛାତ୍ର ଛାତ୍ରୀଙ୍କୁ ମାନସିକ ଆଘାତ ଲାଗିଛି । ଏଣୁ ସେ ନବ ନିର୍ମାଣ କୃଷକ ସଂଗଠନର ଏହି ବନ୍ଦ ଡାକରାକୁ ଦୁର୍ଭାଗ୍ୟ ଜନକ ବୋଲି କହିଛନ୍ତି ।
ସେପଟେ ଏହି ବନ୍ଦ ଡାକରାକୁ ବିଜେପି ଏବଂ କଂଗ୍ରେସ ଦୁଇ କେନ୍ଦ୍ରୀୟ ଦଳ ସମର୍ଥନ ଦେଇଥିବାରୁ ଏହା ଏକ ଦୁର୍ଭାଗ୍ୟଜନକ ଘଟଣା ବୋଲି ମଧ୍ୟ ଉଭୟ ଦଳକୁ ସମାଲୋଚନା କରିଛନ୍ତି ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା । ଏହି ବନ୍ଦ ଯୋଗୁଁ ଜନ ସାଧାରଣମାନେ ବହୁତ ଅସୁବିଧାର ସମୁଖୀନ ହୋଇଛନ୍ତି । ଯାତାୟତଠାରୁ ଆରମ୍ଭ କରି ଜିନିଷ ପତ୍ର କିଣା କିଣି । ସେପଟେ ଅର୍ଥମନ୍ତ୍ରୀଙ୍କ ମନ୍ତବ୍ୟ ପରେ କଂଗ୍ରେସ ଏବଂ ବିଜେପି ନିଜର ମତ ପ୍ରକାଶ କରିଛନ୍ତି ।
ସୂଚନା ଯୋଗ୍ୟ, ପ୍ରାଇସ,ପ୍ରେଷ୍ଟିଜ ଏବଂ ପେନସନ ଦାବିରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଥିଲା । ରାଜଧାନୀରେ ଆନ୍ଦୋଳନ ପାଇଁ ଚାଷୀଙ୍କ ମନା ହୋଇଛି । କାରଣ ଏମାନେ ପୂର୍ବରୁ ଦୁଇ ଥର ବିଶାଳ ରାଲିରେ ଆସିଥିଲେ ମଧ୍ୟ ପୋଲିସ ଏହି ଆନ୍ଦୋଳନକୁ ଭଣ୍ଡୁର କରି ଦେଇଥିଲା । ଏଣୁ ଏମାନେ ଆନ୍ଦୋଳନକୁ ତିବ୍ର କରିବା ପାଇଁ ୨୧ ତାରିଖକୁ ଓଡିଶା ବନ୍ଦ ଡାକରା ଦେଇଥିଲେ । ମାତ୍ର ଏହି ବନ୍ଦର ମଧ୍ୟ କୌଣସି ପ୍ରଭାବ ପଡିନଥିବା ଦେଖିବାକୁ ମିଳିଥିଲା । ଆଶିଂକ ଭାବରେ ଏହି ଏହି ବନ୍ଦ ପାଳନ କରାଯାଇଥିଲା ।