ଭୁବନେଶ୍ୱର (ଏଟିଆର ବ୍ୟୁରୋ); ସଚ୍ଚିବାୟଳରେ ଗ୍ରହ ଶାନ୍ତି ପୂଜା କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି । ହୋମ ଯଜ୍ଞରେ ପ୍ରକମ୍ପିତ ହୋଇଛି ମନ୍ତ୍ରୀଙ୍କ ଚ୍ୟାମ୍ବର । ମଙ୍ଗଳ ବାର ନିଜ ଧର୍ମ ପତ୍ନୀଙ୍କ ସହ ହୋମରେ ବସିଥିଲେ ମନ୍ତ୍ରୀ । କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ନବଗ୍ରହ ଶାନ୍ତି ପାଇଁ ଏହି ପୂଜାର ଆୟୋଜନ କରିଛନ୍ତି । ନବୀନଙ୍କ ପଞ୍ଚମ ପାଳି ସରକାରରେ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇଥିବା ଚତୁର୍ଥ ମନ୍ତ୍ରୀ ଭାବରେ ଏଭଳି ପୂଜା କରିଛନ୍ତି ସୁଦାମ ।
ରାଜସ୍ୱ ମନ୍ତ୍ରୀଙ୍କ ପୂର୍ବରୁ ପ୍ରଥମେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ନବ ଗ୍ରହ ପୂଜା କରି ଚ୍ୟାମ୍ବରରେ ପ୍ରବେଶ କରିଥିଲେ । ଏହାପରେ ଖାଉଟି କଲ୍ୟାଣ ଏବଂ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସିଂହ ଏବଂ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ପୂଜା କରି ସାରିଛନ୍ତି । ତେବେ ପ୍ରଥାରେ ରହିଛି କି ନୂଆ କରି ଘରେ ପ୍ରବେଶ କଲେ ଏହି ପୂଜା କରାଯାଏ । ଏଣୁ ମନ୍ତ୍ରୀମାନେ କାମ ଆରମ୍ଭ କରିବା ପୂର୍ବରୁ ଏଭଳି କରିବା ଆରମ୍ଭ କରି ଦେଇଛନ୍ତି ।
କଂଗ୍ରେସର ଚଳିତ ବର୍ଷ ୯ଜଣ ବିଧାୟକ ଜିତିଛନ୍ତି । ବରିଷ୍ଟ ନେତା ସୁର ରାଉତ କହିଛନ୍ତି କି ଏଥରକ ସଚ୍ଚିବାଳୟକୁ ଆମେ ନବଗ୍ରହ ଯାଉଛୁ । ଏବେ ମନ୍ତ୍ରୀମାନେ ନବଗ୍ରହ ପୂଜା କରୁଥିବାକୁ ନେଇ ପାନ ଦୋକାନ ହେଉ ବା ଖଟିରେ ସବୁଠି ମଜାରେ କଥା ହେଉଛନ୍ତି କି କଂଗ୍ରେସ ଭୟରେ ପୂଜା ଆରମ୍ଭ କରିଛନ୍ତି ମନ୍ତ୍ରୀ । ସୂଚନାଯୋଗ୍ୟ,ଗତମାସ ୯ ତାରିଖରେ ନବୀନଙ୍କ ମନ୍ତ୍ରୀମାନେ ଶପଥ ଗ୍ରହଣ କରିଛନ୍ତି ।