ଭୁବନେଶ୍ୱର (ଏଟିଆର ବ୍ୟୁରୋ):ଆସନ୍ତାକାଲି ଭୋଟ ଗଣତି ପାଇଁ ସାରା ଦେଶ ଅପେକ୍ଷା କରି ରହିଛି । ଭୋଟ ଗଣତି ନେଇ ସାରା ଦେଶରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । କିଭଳି ଗଣତିରେ କୌଣସି ବ୍ୟତିକ୍ରମ ହେବ ନାହିଁ ସେ ଉପରେ ମଧ୍ୟ ଧ୍ୟାନ ଦିଆଯାଇଛି । ଆଉ ମାତ୍ର କେଇଟା ଘଣ୍ଟାର ବିରତି ପରେ ସାରା ଦେଶରେ ଆରମ୍ଭ ହୋଇଯିବ ଭୋଟ ଗଣତି । କାହା ମୁଣ୍ଡରେ ହାତୀ ସୁନା କଳସୀ ଢାଳିବ ତାକୁ ନେଇ ସମସ୍ତେ ଚିନ୍ତାରେ ।
ଆସନ୍ତାକାଲି ୫୪୨ ଟି ଲୋକସଭା ଆସନ ପାଇଁ ଭୋଟ ଗଣତି ହେବ । ସେହିପରି ରାଜ୍ୟରେ ୧୪୬ ଟି ବିଧାନସଭା ଓ ୨୧ ଲୋକସଭା ଆସନର ଭୋଟ ଗଣତି କରାଯିବ । ଏହି ଅବସରରେ ସୁରକ୍ଷା ବଳଙ୍କୁ ଆଜି ଠାରୁ ସଜାଗ ରଖାଯାଇଛି । ଭୋଟ ଗଣତି ବେଳେ ଯେପରି କିଛି ଅଘଟଣ ନଘଟେ ସେଥିଲାଗି ଦୃଷ୍ଟି ରଖାଯାଇଛି
। ସେହିଭଳି ଭୋଟଗଣତି କେନ୍ଦ୍ରକୁ ତ୍ରିସ୍ତରୀୟ ସୁରକ୍ଷା ବଳୟ ମଧ୍ୟରେ ରକ୍ଷାଯାଇଛି । ସେହିଭଳି ପୁଲିସ ଉପସ୍ଥିତିରେ ଭୋଟ ଗଣତି ହେବ । ସୁରକ୍ଷା କର୍ମୀଙ୍କୁ ସବୁ ଷ୍ଟଗ ରୁମ ନିକଟରେ ମୁତୟନ କରାଯାଇଛି । ନିର୍ବାଚନକ କମିଶନଙ୍କ ପକ୍ଷରୁ ଏହା ଉପରେ ସମ୍ପୂର୍ଣ୍ଣ ନଜର ରଖାଯାଇଛି । ସମସ୍ତ ଭୋଟ ଗଣତି କେନ୍ଦ୍ରରେ ଭୋଟ ଗଣତି ସିସି ଟିଭି ନଜରରେ ରହିବ । ସକାଳ ୮: ୩୦ ରୁ ଭୋଟ ଗଣତି ଆରମ୍ଭ ହେବ ବୋଲି ସୂଚନା ମିଳିଛି ।