ସମ୍ବଲପୁର ( ଏଟିଆର ବ୍ୟୁରୋ): ରାତି ପାହିଲେ ବାହାରିବ ନିର୍ବାଚନ ଫଳାଫଳ । ହେଲେ ଆଜି କଂଗ୍ରେସର ବିଭିନ୍ନ ପଦ ପଦବୀରୁ ଇସ୍ତପା ଦେଇଛନ୍ତି ଜଗନ୍ନାଥ ପଟ୍ଟନାୟକ । କଂଗ୍ରେସ ଜାଣିଶୁଣି ଚଳିତ ନିର୍ବାଚନରେ ଖରାପ ପ୍ରଦର୍ଶନ କରିବାକୁ ଯାଉଛି ବୋଲି ଅଭିଯୋଗ କରିଛନ୍ତି ଜଗନ୍ନାଥ । ସେ ଆହୁରି ମଧ୍ୟ କହିଛନ୍ତିି ରାଜ୍ୟ ନେତୃତ୍ୱ ପ୍ରଚାରରେ ତୃଟିପୂର୍ଣ୍ଣ ରଣନୀତି ଆପଣାଇଥିଲା । କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀଙ୍କ ନେତୃତ୍ୱରେ ଦଳ ଯେମିତି ଆଗକୁ ଯାଇଥାନ୍ତା ତାହା ରାଜ୍ୟରେ କରାଇଦେଲେ ନାହିଁ ।
ସାଂଗଠନିକ ପ୍ରସ୍ତୁତି ଓ ଟିକେଟ ବଣ୍ଟାରେ ସମନ୍ୱୟର ଅଭାବ ରହିଥିଲା । ଯାହା ଫଳରେ ଚଳିତ ଥର ଦଳର ପ୍ରଦର୍ଶନ ଭଲ ହେବ ନାହିଁ । ସମ୍ବଲପୁରରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଦଳର ବିଭିନ୍ନ ପଦ ପଦବୀରୁ ଇସ୍ତପା ଦେଇଥିବା ସୂଚନା ଦେଇଛନ୍ତି । ସେ କଂଗ୍ରେସର ପିସିସି ସମନ୍ୱୟ କମିଟି ଆବାହକ ଓ ନିର୍ବାଚନ କମିଟିର ସଦସ୍ୟ ଥିଲେ ।
ସେହିଭଳି ପିସିସି ସଭାପତି ନିରଞ୍ଚନ ପଟ୍ଟନାୟକ ଆଜି ଏକ ସାମ୍ବାଦିକ ସମ୍ମିିଳନୀରେ କହିଛନ୍ତି କି ସେ ଦୁଇଟା ଆସନରୁ ଜିତିବେ ମାତ୍ର ରାଜ୍ୟରେ କଂଗ୍ରେସ ସରକାର କରି ପାରିବ ନାହିଁ ବୋଲି ସେ କହିଛନ୍ତି । ତେବେ ପ୍ରକାଶ ପାଇଥିବା ଏକଜିଟ ପୋଲରେ ମଧ୍ୟ ଓଡିଶାରେ କଂଗ୍ରେସର ପ୍ରଦର୍ଶନ ଖରାପ ରହିବ ବୋଲି ପ୍ରକାଶ ପାଇଥିଲା । ସେହିଭଳି କଂଗ୍ରେସ ଓଡିଶାରେ ପ୍ରମୁଖ ବିରୋଧୀ ଦଳ ହୋଇ ପାରିବ କି ନାହିଁ ତାକୁ ନେଇ ମଧ୍ୟ ସେ ସନ୍ଦେହ କରିଛନ୍ତି ।