ଭୁବନେଶ୍ୱର (ଏଟିଆର ବ୍ୟୁରୋ); ବ୍ରହ୍ମପୁରରୁ ୫ଥର ବିଧାୟକ ହୋଇଥିବା ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ଟିକେଟ ଚଳିତ ନିର୍ବାଚନରେ କଟିବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ରମେଶଙ୍କ ସମର୍ଥକମାନେ ପୁଣିଥରେ ଟିକେଟ ପାଇଁ ଲବି କରି ଆସୁଛନ୍ତି । ତେବେ ଆଜି ରମେଶଙ୍କୁ ଟିକେଟ ଦିଆଯାଉ ବୋଲି ସିଦ୍ଧାନ୍ତ ଗଣମାଧ୍ୟମ ଆଗରେ କହିଛନ୍ତି । ବ୍ରହ୍ମପୁରରୁ ୫ଥର ବିଧାୟକ ହୋଇଥିବା ରମେଶଙ୍କର ରାଜନୀତିରେ ବହୁତ ଅଭିଜ୍ଞତା ଥିବା ସହିତ ନିର୍ବାଚନ ମଣ୍ଡଳୀରେ ଲୋକ ପ୍ରିୟତା ଭଲ ରହିଛି । ଏଣୁ ଦଳ ତାଙ୍କୁ ଯଦି ଟିକେଟ ନଦିଏ ଏବଂ ସେ ଅଲଗା ଦଳରେ ଯୋଗ ଦିଅନ୍ତି ତେବେ ବିଜେଡି ପାଇଁ କ୍ଷତିକାରକ ହେବ ବୋଲି ସିଦ୍ଧାନ୍ତ ସୂଚନା ଦେଇଛନ୍ତି ।
ଗଣମାଧ୍ୟମ ପ୍ରତିନିଧିଙ୍କ ସାକ୍ଷାତକାରରେ ସିଦ୍ଧାନ୍ତଙ୍କୁ ନିଜ ସପକ୍ଷରେ ପଚାରିବାରୁ ସେ କହିଥିଲେ କି ଟିକେଟ ପାଇଁ ଆଶାୟୀ ଅଛନ୍ତି । କିନ୍ତୁ ଦଳର ମରକ୍ଷକ୍ଷକ୍ଟଆ ଯଦି ଗ୍ରୀନସିଗନାଲ ଦେବେ ତାହେଲେ ନିର୍ବାଚନ ମଇଦାନକୁ ଓହ୍ଲାଇବି । ଅପରପକ୍ଷରେ ସିଦ୍ଧାନ୍ତଙ୍କୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହୋଇଥିଲା କି ସେ ବିଜେଡି ଟିକେଟ ନମିଳିଲେ ବିଜେପି ମୁହଁ ହେବେ । ଏହାକୁ ଖଣ୍ଡନ କରିଛନ୍ତି ସିଦ୍ଧାନ୍ତ । ଦଳରେ ଜଣେ ଶୃଙ୍ଖଳିତ କର୍ମୀ ଭାବରେ ରହିବେ ଏବଂ ଦଳର ସୁପ୍ରିମୋ ଯାହା ଆଦେଶ ଦେବେ ତାକୁ ପାଳନ କରିବେ । ଏମିତିକି ନିର୍ବାଚନ ସମୟରେ ପ୍ରଚାର କାର୍ଯ୍ୟ ହେଉବା ସଂଗଠନ କାର୍ଯ୍ୟ ଦେଲେ ମଧ୍ୟ ତୁଲାଇବା ପାଇଁ କହିଛନ୍ତି ସିଦ୍ଧାନ୍ତ ।
ଅପରପକ୍ଷରେ ରମେଶଙ୍କ ଉଦେ୍ଧଶ୍ୟରେ ପଚାରିବାରୁ ସେ କହିଛନ୍ତି କି ବୟସ ହୋଇଥିଲେ ସୁଦ୍ଧା ରମେଶଙ୍କ ଲୋକ ପ୍ରିୟତା ଭଲ ରହିଛି ଏବଂ ନିର୍ବାଚନ ମଣ୍ଡଳୀରେ ତାଙ୍କର ବହୁତ ସମର୍ଥକ ରହିଛନ୍ତି । ଏଣୁ ଟିକେଟ ନଦେଲେ ଦଳର କ୍ଷତି ହେବ । ଯାହାର ଫାଇଦା ବିରୋଧୀମାନେ ଉଠାଇବେ । ତେବେ ସବୁକିଛି ମୁଖିଆଙ୍କ ଉପରେ ନିର୍ଭର । ସେ ଆହୁରି କହିଛନ୍ତି,“ଦଳୀୟ ନେତୃତ୍ୱ କିଛି ଭାବିଚିନ୍ତି ଏଭଳି ନିଷ୍ପତ୍ତି ନେଇ ଥାଇପାରନ୍ତି। ମୋ ସହିତ ଏ ବିଷୟରେ କିଛି ଆଲୋଚନା କରାଯାଇ ନାହିଁ।”