ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଶୀତକାଳିନ ଅଧୀବେଶନ ଆରମ୍ଭ ହେବା ଦିନରୁ ବିଧାନ ସଭାରେ ବିରୋଧି ମାନେ ସରକାରଙ୍କୁ ବହୁ ପ୍ରସଙ୍ଗ ନେଇ ଘେରିବାରେ ଲାଗିଛନ୍ତି । ତେବେ ଆରମ୍ଭ ଦିନରୁ ଯାଜପୁର ଜିଲ୍ଲା ପିଇଓ ସ୍ମିତାରାଣୀ ପ୍ରସଙ୍ଗରେ ଗୃହରେ ବିରୋଧି ଦଳ ମାନେ ହଟ୍ଟଗୋଳ କରିବାରେ ଲାଗିଛନ୍ତି । ଗତକାଲି ଅପରାହ୍ନରେ ବିରୋଧି ଦଳର ନେତା ସ୍ମିତାରାଣୀ ପ୍ରସଙ୍ଗରେ କିଛି କହିବାକୁ ଚାହୁଁଥିବା ବେଳେ ବାଚସ୍ପତି ଅଚାନକ ଗୃହ ମୁଲତବୀ କରିଦେଇଥିଲେ ।
ତେବେ ଏହା ଉପରେ ରାଗି ଯାଇ ଶ୍ରୀ ପ୍ରଦିପ୍ତ କୁମାର ନାୟକ ଗୃହ ଚଳାଇଦେବୁ ନାହିଁ କହି ବାସଚସ୍ପତିଙ୍କୁ ଚେତାବନୀ ଦେଇଥିଲେ ।ବାଚସ୍ପତିଙ୍କ ଏଭଳି କାର୍ଯ୍ୟ ଉପରେ ଉପରେ କ୍ଷୁବ୍ଧ ହୋଇ ବିରୋଧି ଦଳ ନେତା ପ୍ରଦୀପ୍ତ କୁମାର ନାୟକଙ୍କ ନତୃତ୍ୱରେ ବିଜେପି ବିଧାୟକ ମାନେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଭେଟି ନିଜର ଅଭିଯୋଗ ଜଣାଇଥିଲେ । ଶ୍ରୀ ନାୟକଙ୍କ ଅଭିଯୋଗ ଯେ ସ୍ମିତାରାଣୀ ପ୍ରସଙ୍ଗରେ ଗତ କାଲି ଗୃହରେ ସେ କିଛି କହିବାକୁ ଚାହୁଁ ଥିଲେ । ହେଲେ ଏହି ପ୍ରସଙ୍ଗ ଉଠିବା ମାତ୍ର ବାଚସ୍ପତି ଗୃହକୁ ମୁଲତବୀ କରି ଦେଇଥିଲେ । ତେବେ ଆଜି ବାଚସ୍ପତି ଅଧିବେଶନ ଆରମ୍ଭରେ ସରି କହିଥିଲେ । ବାଚସ୍ପତି କହିଥିଲେ ଯେ ସେ ଜଣିପାଣି ନଥିଲେ କି ଶ୍ରୀ ନାୟକ କିଛି ସ୍ମିତାରାଣୀ ପ୍ରସଙ୍ଗରେ କହିବା ପାଇଁ ଚାହୁଁଛନ୍ତି ବୋଲି । ତେଣୁ ସେ କ୍ଷମା ପ୍ରର୍ଥନା କରୁଛନ୍ତି ।