ଭୁବନେଶ୍ୱର( ଏଟିଆର ବ୍ୟୁରୋ): ସୂଚନା ଅନୁସାରେ ଚଳିତ ଥର ଷୋଡଶ ବିଧାନସଭାର ବାଚସ୍ପତି ଭାବେ ମନୋନିତ ହୋଇଛନ୍ତି ସୂର୍ଯ୍ୟନାରାୟଣ ପାତ୍ର । ଶ୍ରୀ ପାତ୍ରଙ୍କ ବିଷୟରେ ଯଦି ଆମେ ଆଲୋଚନା କରିବା ସେ ନିଜ କ୍ୟାରିୟର ଭିତରେ ୮ ଥର ବିଧାନସଭାକୁ ମନୋନୀତ ହୋଇଛନ୍ତି । ଶ୍ରୀ ପାତ୍ର ୧୯୭୭ ମସିହାରେ ପଥମ କରି ରାଜନୀତିରେ ପାଦ ଥାପିଥିଲେ । ସେ ବିଜ୍ଞାନ ଓ ଆଇନରେ ସ୍ନାତକ କରିଛନ୍ତି । ସେ ମଧ୍ୟ ଜଣେ ସାମ୍ବାଦିକ । ପ୍ରଥମେ ସେ ସାମ୍ବାଦିକ ଭାବେ କିଛି ବର୍ଷ କାମ କରିଛନ୍ତି ।
ଜାଣନ୍ତୁ ସେ କେଉଁ ମସିହାରେ କେଉଁ ଆସନରୁ ବିଧାୟକ ହୋଇଛନ୍ତି ?
୧୯୯୦: ଗଞ୍ଜାମ ମୋହନା ବିଧାନସଭା ଆସନ
୧୯୯୫ : ମୋହନା ବିଧାନସଭା ଆସନ
୨୦୦୦: ମୋହନା ବିଧାନସଭା ଆସନ
୨୦୦୯ : ଗଞ୍ଜାମ ଦିଗପହଣ୍ଡି ବିଧାନସଭା ଆସନ
୨୦୧୪ : ଗଞ୍ଜାମ ଦିଗପହଣ୍ଡି ବିଧାନସଭା ଆସନ
୨୦୧୯ : ଗଞ୍ଜାମ ଦିଗପହଣ୍ଡି ବିଧାନସଭା ଆସନ
ମନ୍ତ୍ରୀ ହୋଇଥିବା ବିଭିନ୍ନ ବିଭାଗ
୧୯୯୦: ଜଙ୍ଗଲ, ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ରାଷ୍ଟ୍ରମନ୍ତ୍ରୀ( ବିଜୁ ପଟ୍ଟନାୟକଙ୍କ ମନ୍ତ୍ରୀ ମଣ୍ଡଳ)
୨୦୦୨ ରୁ ୨୦୦୪ : ପର୍ଯ୍ୟନ୍ତ ପରିବେଶ, ଶକ୍ତି, ବିଜ୍ଞାନ ଓ କାରିଗରି କୌଶଳ ବିଭାଗ (ବିଜୁ ଜନତା ଦଳ)
୨୦୦୪ ; ପର୍ଯ୍ୟଟନ ମନ୍ତ୍ରୀ(ବିଜୁ ଜନତା ଦଳ)
୨୦୦୪ ରୁ ୨୦୦୯ : ପର୍ଯ୍ୟଟନ ଶକ୍ତି ବିଭାଗ ସମେତ ସେ ସଂସ୍କୃତି ଏବଂ ଆଇଟି ମନ୍ତ୍ରୀ (ବିଜୁ ଜନତା ଦଳ)
୨୦୦୯: ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ସମେତ ସୂଚନା ଓ ଲୋକ ସମ୍ପର୍କ ବିଭାଗର ମଧ୍ୟ ମନ୍ତ୍ରୀ (ବିଜୁ ଜନତା ଦଳ)
୨୦୧୭ : ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଏବଂ ସମବାୟ ବିଭାଗର ମନ୍ତ୍ରୀ (ବିଜୁ ଜନତା ଦଳ)