ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପୌର ନିର୍ବାଚନ ପାଇଁ ମେୟର ପ୍ରାର୍ଥୀ ଘୋଷଣା କରିଛି ବିଜେପି । କଟକ ମହାନଗର ନିଗମ ପାଇଁ ମେୟର ପ୍ରାର୍ଥୀ ଭାବେ ଶ୍ରୀତମ ଦାସଙ୍କ ନାଁ ଘୋଷଣା କରିଛି ଦଳ । ଏନେଇ କଟକ ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡୁଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
ପୌର ନିର୍ବାଚନ ପାଇଁ ମାର୍ଚ୍ଚ ଦୁଇ ତାରିଖରୁ ଆରମ୍ଭ ହୋଇଥିବା ନାମାଙ୍କନ ଦାଖଲ ପ୍ରକ୍ରିୟା ଆସନ୍ତା ୭ ତାରିଖ ଯାଏଁ ଚାଲିବ । ୯ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ଶେଷ ଦିନ । ସେହିଦିନ ପ୍ରକାଶ ପାଇବ ଚୁଡାନ୍ତ ପ୍ରାର୍ଥୀ ତାଲିକା । ଏହାପରେ ମାର୍ଚ୍ଚ ୨୪ ରେ ନିର୍ବାଚନ । ମାର୍ଚ୍ଚ ୨୬ ରେ ଭୋଟ ଗଣନା ।