ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଶେଷ ହୋଇଛି ରାଜ୍ୟ ନିର୍ବାଚନ ଆୟୋଗ ଅଧ୍ୟକ୍ଷତାରେ ବସିଥିବା ସର୍ବଦଳୀୟ ବୈଠକ । ପୌର ନିର୍ବାଚନ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ଏହି ବୈଠକରେ ବିଜେଡି, ବିଜେପି, କଂଗ୍ରେସ ସର୍ବଦଳ ଯୋଗ ଦେଇଥିଲେ । ଏଥିରେ ଭୋଟର ତାଲିକା ସଂଶୋଧନ ଓ ପୌର ନିର୍ବାଚନ ପ୍ରସ୍ତୁତି ନେଇ ଆଲୋଚନା ହୋଇଥିଲା ।
ବୈଠକ ଶେଷ ହେବା ପରେ ନିର୍ବାଚନ କମିଶନର କହିଛନ୍ତି କି, ଆଜିର ଏହି ବୈଠକରେ ଭୋଟର ତାଲିକା ସଂଶୋଧନ ଏବଂ ପୌର ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ହୋଇଛି । ରାଜନୈତିକ ଦଳମାନଙ୍କୁ ଅଧ୍ୟକ୍ଷ ଓ ମେୟର ସିଧାସଳଖ ନିର୍ବାଚିତ ହେବେ ବୋଲି କୁହାଯାଇଛି । ଆଗାମୀ ଦିନରେ କର୍ପୋରେଟର ମାନଙ୍କ ଭୋଟ ଗ୍ରହଣ ଇଭିଏମ ମାଧ୍ୟମରେ କରାଯିବ । ପ୍ରତିଟି ବୁଥକୁ ଦୁଇଟି ଲେଖାଏଁ ଇଭିଏମ ଯୋଗାଇ ଦିଆଯିବ । ପ୍ରାର୍ଥୀମାନେ ସତ୍ୟପାଠ ଦାଖଲ କରିବା ବାଧ୍ୟତାମୂଳକ ନଚେତ୍ ପ୍ରାର୍ଥୀପତ୍ର ନାକଚ ହୋଇପାରେ ।