ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଚାଲିଛି ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ । ଆଜି ହେଉଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଯାଇଥିବା ବେଳେ ଏହା ଦିନ ଗୋଟାଏ ଜାରି ରହିବ । ଦିନ ଗୋଟାଏ ସୁଦ୍ଧା ଯେଉଁମାନେ ବୁଥ୍ ଭିତରେ ଥିବେ ସେମାନଙ୍କୁ ଭୋଟ୍ ଦେବାକୁ ସୁଯୋଗ ମିଳିବ । ଏହାସହିତ ମହିଳାଙ୍କ ପାଇଁ ପ୍ରତି ବ୍ଲକ ହେଡ୍ କ୍ୱାର୍ଟରରେ ଗୋଟାଏ ଲେଖାଏଁ ପିଙ୍କ ବୁଥ୍ ଖୋଲା ଯାଇଛି ।
ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟର ୩୦ଟି ଜିଲ୍ଲାରେ ମୋଟ ୨୦,୪୩୫ ଟି ବୁଥରେ ଭୋଟ ଗ୍ରହଣ କରାଯାଉଛି । ଏଥି ମଧ୍ୟରୁ ୩୦୬୫ଟି ସମ୍ବେଦନଶୀଳ ବୁଥ ରହିଛି ।
ଅନ୍ୟପଟେ ପ୍ରଥମ ପର୍ଯ୍ୟାୟ ମତଦାନରେ ଅନେକ ସ୍ଥାନରେ ହିଂସା ଦେଖାଦେଇଥିବାରୁ ଦ୍ୱିତୀୟ ପର୍ଯ୍ୟାୟରେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦିଆଯାଇଛି ।