କୋଣାର୍କ,(ଏଟିଆର ବ୍ୟୁରୋ): କୋଣାର୍କରେ ଯାତାୟତ ଠପ । ଅବରୋଧ କରାଯାଇଛି ରାସ୍ତା ଓ ବନ୍ଦ ରହିଛି ଦୋକାନ ବଜାର । ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଦିଆଯାଇଥିବା ୧୨ ଘଣ୍ଟିଆ ବନ୍ଦ ଡାକରା ଯୋଗୁ ଉପୁଜିଛି ଏଭଳି ପରିସ୍ଥିତି । ସକାଳ ୬ରୁ ସନ୍ଧ୍ୟା ୬ଯାଏଁ ଏହି ବନ୍ଦ ଡାକରା ଦିଆଯାଇଛି ।
ବଙ୍ଗୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ ପ୍ରତିବାଦରେ ବନ୍ଦ ଡାକରା ଦେଇଥିଲା ବିଜେପି ମହିଳା ମୋର୍ଚ୍ଚା । ଯାହାର ପ୍ରଭାବ ଆଜି ଦେଖିବାକୁ ମିଳିଛି । ସେପଟେ ଅଚାନକ କୋଣାର୍କ ବନ୍ଦ ଯୋଗୁ ବୁଲିବାକୁ ଆସିଥିବା ବହୁ ପର୍ଯ୍ୟଟକ ଏବେ ନାହିଁନଥିବା ଅସୁବିଧାରେ ପଡିଛନ୍ତି । ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁଲିସ ଫୋର୍ସ ମୁତୟନ କରାଯାଇଛି ।
କୋଣାର୍କ ଭଳି ସ୍ଥାନରେ ଦେହବ୍ୟବସାୟ ଓ ଏଭଳି କୁତ୍ସିତ କାରବାରର ମୁଳୋତ୍ପାଟନ କରିବା ଲାଗି ଏହି ଆନ୍ଦୋଳନ କରାଯାଇଥିବା ମହିଳା ମୋର୍ଚ୍ଚା ପକ୍ଷରୁ କୁହାଯାଇଛି । ସେପଟେ ଏହି ବନ୍ଦ ଡାକରା ଯୋଗୁ କୋଣାର୍କ-ପୁରୀ, କୋଣାର୍କ-ଭୁବନେଶ୍ୱର ଓ କାକଟପୁରକୁ ବସ ଚଳାଚଳ ଠପ ହୋଇଯାଇଛି ।