ଭୁବନେଶ୍ୱର (ଏଟିଆର ବ୍ୟୁରୋ); ସୁନ୍ଦରଗଡ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ବିଜେଡି ବିଜେଡି ସମର୍ଥିତ ନେତ୍ରୀ କୁସୁମ ଟେଟେ । କୁସୁମ ଟେଟେ ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ ସେ ଏଥର ବିଧାନସଭା ନିର୍ବାଚନ ଲଢ଼ିବାକୁ ନିଷ୍ପତି ନେଇଥିବା ହେତୁ ସୁନ୍ଦରଗଡ଼ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷା ପଦରୁ ଇସ୍ତଫା ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ନିଜର ବ୍ୟକ୍ତିଗତ କାରଣରୁ ଏହି ପଦବୀ ଛାଡ଼ିଛନ୍ତି।
୨୦୧୪ ସାଧାରଣ ନିର୍ବାଚନରେ ସେ ବିଜେଡି ପକ୍ଷରୁ ପ୍ରାର୍ଥୀ ହୋଇ ସୁନ୍ଦରଗଡରେ ପରାଜୟ ବରଣ କରିଥିଲେ । ତାଙ୍କ ନିକଟତମ ପ୍ରତିଦ୍ୱନ୍ଦି ଯୋଗେଶ ସିଂହ ତାଙ୍କୁ ପରାସ୍ତ କରିଥିଲେ । ତେବେ ନିକଟରେ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଛନ୍ତି ଯୋଗେଶ । ଦଳରେ ମିଶିବା ପରେ କୁସୁମଙ୍କ ସମର୍ଥକମାନେ ତାଙ୍କୁ ବିରୋଧ କରି ଆସିଛନ୍ତି । ଏଣୁ କୁସୁମଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏହି ପଦ ଦିଆଯାଇଥିଲା । କିନ୍ତୁ ଦଳରେ କନ୍ଦଳ ହାଟରେ ପଡି ଦାଣ୍ଡରେ ଗଡୁଥିଲା । ଆଜି ସେ ଏହି ପଦବୀ ଛାଡିବା ପରେ ସବୁ କିଛି ପରିଷ୍ମାର ହୋଇଯାଇଛି ।
କୁସୁମ କହିଛନ୍ତି କି ମୁଁ କେବଳ ପଦବୀ ଛାଡିଛି ନିର୍ବାଚନ ଲଢ଼ିବା ପାଇଁ । ଦଳ ସୁପ୍ରିମୋଙ୍କ ମୋ ଉପରେ ଭରଷା ଅଛି ମୋତେ ଟିକେଟ ମିଳିବ । ତେବେ ଏଭଳି ସୂଚନା ଗଣ ମାଧ୍ୟମକୁ ସୂଚନା ଦେବା ପରେ ଏଥିରୁ ସ୍ପଷ୍ଟ ବାରି ହେଉଛି କି ସେ ବିଜେଡି ଟିକେଟ ହାତେଇବା ନିଶ୍ଚିନ୍ତ । ତେବେ ସେ ଯଦି ବିଜେଡି ଟିକେଟ ହାତେଇବେ ତେବେ ଯୋଗେଶଙ୍କ ଭାଗ୍ୟ କଣ । ବିଜେଡି ଟିକେଟ ଆଶାରେ କଂଗ୍ରେସର ହାତ ଛାଡିଥିବା ଯୋଗେଶ କଣ ଶେଷରେ ଶିଶୁପାଳ ହୋଇ ନିର୍ବାଚନ ମଇଦାରୁ ଓହରି ଯିବେ । ଏଭଳି ଅନେକ ଚର୍ଚ୍ଚା ଏବେ ଆରମ୍ଭ ହୋଇ ଯାଇଛି ରାଜନୈତିକ ମହଲରେ । ତେବେ ସମସ୍ତଙ୍କ ଅପେକ୍ଷା ଟିକେଟ ମିଳିବ କାହାକୁ ।