ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଏଗଜିଟ ପୋଲ ଫଳାଫଳ ପରେ କଂଗ୍ରେସ ନେତା ସୁର ରାଉତରାୟ ଦେଲେ ପ୍ରତିକ୍ରିୟା । କଂଗ୍ରସର ଏହି ବରିଷ୍ଠ ନେତା ନିଜ ପ୍ରତିକ୍ରିୟାରେ କହିଛନ୍ତି ରାଜ୍ୟରେ କିଙ୍ଗ ମେକର ସାଜିବ କଂଗ୍ରେସ । ବିଧାନସଭା କ୍ଷେତ୍ରରେ କଂଗ୍ରେସକୁ ୪୫ ଟି ଆସନ ମିଳିବ ବୋଲି ସୁର ଆକଳନ କରିଛନ୍ତି । ଯାହା ଏବେ ସବୁଠାରୁ ଚର୍ଚ୍ଚାରେ ରହିଛି । ପ୍ରକାଶ ପାଇଥିବା ଏଗଜିଟ ପୋଲ କହୁଛି ଚଳିତ ଥର କଂଗ୍ରେସକୁ ନିରାଶ ହେବାକୁ ପଡିପାରେ ।
ଆଗରୁ ଏଗଜିଟ ପୋଲ ଭୁଲ ପ୍ରମାଣିତ ହୋଇଛି ବୋଲି ସୁର କହିଛନ୍ତି । କେନ୍ଦ୍ରରେ ୟୁପିଏ ସରକାର ଗଢିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି । ସେହିଭଳି ରାଜ୍ୟରେ ବି କଂଗ୍ରେସ କିଙ୍ଗ ମେକର ସାଜିବ ବୋଲି ସେ କହିଛନ୍ତି । ରାଜ୍ୟରେ କଂଗ୍ରେସର ବିପର୍ଯ୍ୟୟ ନେଇ ସେ କର୍ମୀଙ୍କୁ ଟାର୍ଗେଟ କରିଛନ୍ତି । ଅନ୍ୟ ଦଳ ମାନଙ୍କ ପରି ଯଦି ରାଜ୍ୟରେ କଂଗ୍ରେସ ନିର୍ବାଚନ ଲଢିଥାନ୍ତା ତେବେ ରାଜ୍ୟରେ କଂଗ୍ରେସ ହିଁ ସରକାର ଗଢିଥାନ୍ତା ବୋଲି ସେ କହିଛନ୍ତି ।
ଯାହାକୁ ନେଇ ଏବେ ରାଜନୈତିକ ମହଲରେ ହଟଚମଟ ଦେଖା ଦେଇଛି । କେଉଁ ଆଧାରକୁ ନେଇ ସୁର ଏମତି ଆକଳନ କରିଛନ୍ତି ତାହା ଏବେ ପ୍ରସଙ୍ଗ ପାଲଟିଛି । ସୂୁଚନାଯୋଗ୍ୟ ଯେ ଗତକାଲି ଶେଷ ପର୍ଯ୍ୟୟ ନିର୍ବାଚନ ସରିବା ପରେ ବିଭିନ୍ନ ଜାତୀୟ ଗଣମାଧ୍ୟମ ଏଗଜିଟ ପୋଲ ଫଳାଫଳ ପ୍ରକାଶ କରିଥିଲେ ଯାହାକୁ ନେଇ ବିଭିନ୍ନ ରାଜନେତା ମାନେ ସେମାନଙ୍କର ପ୍ରତିକ୍ରିୟା ରଖିଛନ୍ତି । ତେବେ ସେ ଯାହା ହେଉ ନା କାହିଁକି ଆସନ୍ତା ୨୩ ତାରିଖରେ ଜଣା ପଡିବ ସୁରଙ୍କ ଭବିଷ୍ୟବାଣୀ କେତେ ସତ ।