ଭୁବନେଶ୍ୱର (ଏଟିଆର ବ୍ୟୁରୋ); ରାଜ୍ୟ ରାଜନୀତିର ଚର୍ଚ୍ଚିତ ଚେହେରା ହେଉଛନ୍ତି ସୁରେଶ ଚନ୍ଦ୍ର ରାଉତରାୟ । କଂଗ୍ରେସ ଦୀର୍ଘ ବର୍ଷ ଶାସନ କାଳ ମଧ୍ୟରେ ସୁର ରାଜ୍ୟ ସରକାରଙ୍କ ମନ୍ତ୍ରୀ ମଣ୍ଡଳରେ ରହିଥିଲେ । ତେବେ କଂଗ୍ରେସ ସରକାର ଓଡିଶାରେ ଦୀର୍ଘ ୪ବର୍ଷ ହେବ ଆସିପାରୁ ନାହିଁ । ଧିରେ ଧିରେ ଦଳର ତୁଙ୍ଗ ନେତା କଂଗ୍ରେସ ଛାଡି ବିଜେଡି ଏବଂ ବିଜେପି ମୁହାଁ ହେବାରେ ଲାଗିଛନ୍ତି । ଦଳର ପରିସ୍ଥିତି ସେତେଟା ଭଲ ନଥିବା ସାଧାରଣରେ ଚର୍ଚ୍ଚା ହେଉଥିବା ବେଳେ ସୁର ରାଉତଙ୍କ ଦୃଢ଼ୋକ୍ତି ଦଳର ମନୋବଳ ବୃଦ୍ଧି କରୁଥିବା ଦେଖିବାକୁ ମିଳୁଛି ।
ଗଣମାଧ୍ୟମକୁ ସାକ୍ଷାତ କରି ସୁର କହିଛନ୍ତି କି କଂଗ୍ରେସ ୯୫ ବିଧାନସଭା ଆସନ ଅକ୍ତିଆର କରିବ ଏବଂ ୧୫ ଲୋକସଭା ଆସନ ବିଜୟ ହେବା ସହିତ କେନ୍ଦ୍ରରେ ମଧ୍ୟ ସରକାର ଗଢ଼ିବ । ଅପରପକ୍ଷରେ ବିଜେପି ପୂର୍ବରୁ ୧୨୦ ପ୍ଳସ ଘୋଷଣା କରିଥିବା ବେଳେ ଶାସକ ବିଜେଡି ୧୩୦ ନିଶ୍ଚିନ୍ତ ଜିତିବ ବୋଲି ଡେଙ୍ଗୁରା ବାଡଉଛି । ତେବେ ସୁର କହିଛନ୍ତି କି ବିଜେଡି ଏବଂ ବିଜେପିର ଶୂନ କଟିଯିବ । ଦୁଇ ଦଳ ମିଶି ମାତ୍ର ୨୫ଟି ଆସନରେ ବିଜୟ ହେବେ । ଜଟଣୀରୁ କଂଗ୍ରେସରୁ ସୁରଙ୍କୁ ଟିକେଟ ଦେଇଛି ଦଳ । ପୂର୍ବ ନିର୍ବାଚନରେ ମାତ୍ର ଅଳ୍ପ ଭୋଟ ବ୍ୟବଧାନରେ ହାରିଥିଲେ ସୁର । କିନ୍ତୁ ଏହାରି ଭିତରେ ନିଜର ସଂଗଠନକୁ ଦୃଢ଼ କରିସାରିଛନ୍ତି ସୁର । ଏଣୁ ସେ ନିଶ୍ଚିନ୍ତ ବିଜୟୀ ହେବେ ବୋଲି ଦୃଢ଼ୋକ୍ତି ଦେଖାଇଛନ୍ତି । ତେବେ ସୁର କିଭଳି ଖେଳ କରୁଛନ୍ତି ତାଉପରେ ସମସ୍ତଙ୍କ ନଜର ।